ମୁଖ୍ୟ ଖବର
ଭୁବନେଶ୍ୱର: ଆଜି କୋର୍ଟରେ ହାଜର ହେବେ ପୀୟୂଷ ତ୍ରିପାଠୀ। ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ସହ ଯାତ୍ରାପାର୍ଟି ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ ଭୁବନେଶ୍ବର କୋର୍ଟରେ ହଜାର ହେବେ। ସୂର୍ୟ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ।କୋର୍ଟ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଆଜି ପୀୟୂଷ ଏବଂ ସଞ୍ଜୀବ ବ୍ୟକ୍ତିଗତ ଭାବେ କୋର୍ଟର ହଜାର ହେବେ ନା ଓକିଲ ଜରିଆରେ ନିଜର ହାଜିରା ଦେବେ ତାକୁ ନେଇ ଚର୍ଚ୍ଚା ହେଉଛି।
Comments ସମସ୍ତ ମତାମତ 0