Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ ପ୍ରତିଷ୍ଠାନରେ ଭିଡିଓ, ଫଟୋ, ରିଲ୍ସକରି ଛାଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

    Share on :
    ajab-Image
    Date: Jan 4, 2026    Views: 3745

    ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନରେ ରିଲ୍ସ, ଭିଡିଓ ଉତ୍ତୋଳନ ଉପରେ ସରକାର କଟକଣା ଲଗାଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଧିବଦ୍ଧ ନୋଟିସ ଜାରି କରାଯାଇଛି। ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି, ନିକଟରେ ନଜରକୁ ଆସିଛି କେତେଜଣ କର୍ମଚାରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷ ସାମାଜିକ ଗଣମାଧ୍ୟମରେ ଲୋକସେବା ଭବନ ଭିତରେ ଭିଡିଓ ଓ ରିଲ୍ସ ପ୍ରସ୍ତୁତକରି ଛାଡ଼ିଛନ୍ତି। ଲୋକସେବା ଭବନ, ରାଜୀବ ଭବନ ଏବଂ ଖାରବେଳ ଭବନ କଡ଼ା ସୁରକ୍ଷା ଏବଂ ସମ୍ୱେଦନଶୀଳ ସରକାରୀ ସଂସ୍ଥା। ଏହିସବୁ ସ୍ଥାନରେ ଭିଡିଓ ବା ରିଲ୍ସ କରିବା ଦ୍ୱାରା କେବଳ କାର୍ଯ୍ୟାଳୟ ବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ ବରଂ ଶୃଙ୍ଖଳା, କାର୍ଯ୍ୟାଳୟ ପରିବେଶର ଅଖଣ୍ଡତାକୁ ନଷ୍ଟକରିବ। ସରକାରୀ କାର୍ଯ୍ୟାଳୟର ବ୍ୟବସ୍ଥା ଆଡ଼କୁ ମଧ୍ୟ ଏହା ପ୍ରଶ୍ନ ଉଠାଇବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସବୁ କର୍ମଚାରୀ, ଅଧିକାରୀ, ଠିକା କର୍ମଚାରୀ, ପରିଦର୍ଶକ ଏବଂ ଅନ୍ୟ ବ୍ୟକ୍ତିବିଶେଷମାନେ ସାମାଜିକ ଗଣମାଧ୍ୟମରେ ଏହିସବୁ ସଂସ୍ଥା ଭିତରର କୌଣସି ଭିଡିଓ ବା ରିଲ୍ସ ଏବଂ ଫଟୋ ପ୍ରସ୍ତୁତକରି ଅପ୍‌ଲୋଡ୍‌ କରିବା ଉପରେ କଡ଼ା ନଜର ରହିବ। ଯଦି କେହି ଏହାକୁ ଅନୁପାଳନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଏହା ଉପରେ କଡ଼ା ନଜର ରଖିବା ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook