Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛତିଶଗଡ଼ରେ ଭୟରେ ୪୦ ନକ୍ସଲଙ୍କ ଆତ୍ମସମର୍ପଣ

    Share on :
    ajab-Image
    Date: Jan 4, 2026    Views: 3947

    ମାଲକାନଗିରି: ଭୁଶୁଡ଼ୁଛି ଲାଲ୍‌ଗଡ଼ । ଛତିଶଗଡ଼ରେ ଶେଷ ନିଶ୍ୱାସ ନେଉଛନ୍ତି ମାଓବାଦୀ । ଗତକାଲି ମାଲକାନଗିରି ଛତିଶଗଡ଼ ସିମାନ୍ତ ସୁକୁମା ଜିଲ୍ଲାରେ ବଡ଼ ଧରଣର ଏନକାଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି । କିସ୍ତାରାମ ଜଙ୍ଗଲରେ ଜବାନଙ୍କ ସହ ମୁହାଁମୁହିଁ ୫୦ରୁ ଅଧିକ ମାଓବାଦୀ ହୋଇଥିଲେ । ହେଲେ ଯବାନଙ୍କ ଗୁଳିରେ କୋଣ୍ଟା ଏରିଆ କମିଟିର ମାଓ କମାଣ୍ଡର ମଙ୍ଗଡ଼ୁଙ୍କ ସହ ୧୨ ଜଣ କ୍ୟାଡର ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ୪୭ ଓ INSAS ଭଳି ଅନେକ ଅତ୍ୟାଧୁନିକ ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ସେହିପରି ବିଜାପୁର ଜିଲ୍ଲାର ବାସାଗୁଡ଼ା ଜଙ୍ଗଲରେ ଆଉ ଏକ ଏନକାଣ୍ଟର ହୋଇଥିବାବେଳେ ସେଠାରେ ୨ ଜଣ ହାଡ୍କୋର ମାଓବାଦୀ ପ୍ରାଣ ହରାଇଛନ୍ତି । ସୁରକ୍ଷା କର୍ମୀଙ୍କ ଗୁଳିରେ ମୋଟ୍ ୧୪ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।
    ସେପଟେ ଭୟଭୀତ ହୋଇ ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ମାଓବାଦୀ ଗତକାଲି ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ବର୍ଷ ଆରମ୍ଭରୁ ମାଓ ସଙ୍ଗଠନକୁ ନେଇ ବଡ଼ ଖବର ଛତିଶଗଡ଼ ବସ୍ତର ଅଞ୍ଚଳରୁ ଆସିଛି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର ୧ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା ତାଙ୍କର ୪୦ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
    ବାରସେ ଦେବା ଏବଂ ତାଙ୍କ ସହଯୋଗୀମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡ଼ି ତେଲେଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ବାରସେ ଦେବା ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ୍ ନକ୍ସଲମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ପୁରଷ୍କାର ରାଶି ରହିଥିଲା । ସେ ମାଡଭି ହିଡ଼ମାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ବାଟାଲିୟନ ନମ୍ବର ୧ର ଦାୟିତ୍ୱ ନେଇଥିଲେ । ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook