ମୁଖ୍ୟ ଖବର
ନୂଆଦିଲ୍ଲୀ; ଭେନେଜୁଏଲାରେ ଏବେ ପରିସ୍ଥିତି ସାଂଘାତିକ । ଆମେରିକାର ଏୟାରଷ୍ଟ୍ରାଇକ ପରେ ସଙ୍କଟଜନକ ପରିସ୍ଥିତିର ସମ୍ମୁଖୀନ ହୋଇଚଇ ଭେନେଜୁଏଲା ।ଅନିଶ୍ଚିତତାରେ ରହିଛି ଦେଶର ଭବିଷ୍ୟତ । ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ବନ୍ଦି କରିଛି ଆମେରିକା ସେନା । ଏବେ ଡିଟେନସ ସେଣ୍ଟର ମାଦୁରୋଙ୍କ ନୂଆ ଠିକଣା ହୋଇଛି । ବର୍ତ୍ତମାନ ଦେଶରେ ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି । ସୁପ୍ରିମକୋର୍ଟ ରାୟ ଜାରି କରି ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ କାର୍ୟ୍ୟକାରୀ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତରୀଣ ରାଷ୍ଟ୍ରପତି ଭାବେ ଡେଲସି ରୋଡ୍ରିଗେଜଙ୍କୁ ନିଯୁକ୍ତି ମିଳିଛି । ଦିନେ ଡେଲସିଙ୍କୁ 'ବାଘୁଣୀ' ବୋଲି କହି ନିକୋଲାସ୍ ମାଦୁରୋ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ରୋଡ୍ରିଗେଜ ଦେଶରେ ରାଷ୍ଟ୍ରପତି କ୍ଷମତା ଗ୍ରହଣ କରିଛନ୍ତି । କୋର୍ଟ ତାଙ୍କୁ ସମସ୍ତ ରାଷ୍ଟ୍ରପତି କ୍ଷମତା ପ୍ରୟୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କିଏ ଏହି ଡେଲସି ରୋଡ୍ରିଗେଜ ପଢନ୍ତୁ ସମ୍ପୂର୍ଣ୍ଣ ଖବରରେ ।
୨୦୧୮ ମସିହାରୁ ଉପରାଷ୍ଟ୍ରପତି ଥିବା ଡେଲସି ରୋଡ୍ରିଗେଜ ମାଦୁରୋଙ୍କ ଜଣେ ଘନିଷ୍ଠ ସହଯୋଗୀ । ସରକାରୀ ଟେଲିଭିଜନରେ ଏକ ଭାଷଣରେ ଡେଲସି ମାଦୁରୋଙ୍କୁ ଭେନେଜୁଏଲାର ଏକମାତ୍ର ରାଷ୍ଟ୍ରପତି ଭାବରେ ବର୍ଣ୍ଣନା କରିଥିଲେ ଏବଂ ଆମେରିକାର କାର୍ୟ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଥିଲେ । ସେ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଥିଲେ । ରୋଡ୍ରିଗେଜ କହିଛନ୍ତି ଯେ, ଆମେରିକା ଭେନେଜୁଏଲାର ତୈଳ ଏବଂ ପ୍ରାକୃତିକ ସମ୍ପଦକୁ ଜବତ କରିବାକୁ ଲକ୍ଷ୍ୟ ରଖିଛି ।
କିଏ ଡେଲସି ରୋଡ୍ରିଗେଜ ? ୫୯ ବର୍ଷୀୟ ଡେଲସି ଦୀର୍ଘ ଦିନ ହେବ ଭେନେଜୁଏଲାର ଉପରାଷ୍ଟ୍ରପତି ପଦରେ ରହିଛନ୍ତି । ସେ ରାଷ୍ଟ୍ରପତି ମାଦୁରୋଙ୍କ ଘନିଷ୍ଠ ସହଯୋଗୀ । ଅର୍ଥବ୍ୟବସ୍ଥା, ଅର୍ଥ ଏବଂ ତୈଳ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଥିଲେ । ସେ ବୈଦେଶିକ ମନ୍ତ୍ରୀ ଓ ସମ୍ବିଧାନ ସଭାର ଅଧ୍ୟକ୍ଷ ରହି ସାରିଛନ୍ତି । ଅନେକ ଦେଶ ତାଙ୍କ ଉପରେ ମାନବଧିକାରା ଉଲଘଂନ ଅଭିଯୋଗ ଆଣି ପ୍ରତିବନ୍ଧକ ଲଗାଇଥିଲେ ।ଦିନେ 'ବାଘୁଣୀ' କହିଥିଲେ ମାଦୁରୋ- ଡେଲସି ଭେନେଜୁଏଲାର ସମାଜବାଦୀ ସରକାରଙ୍କ ସବୁଠାରୁ ଶକ୍ତିଶାଳୀ ନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ଏକକାଳୀନ ଉପରାଷ୍ଟ୍ରପତି, ଅର୍ଥମନ୍ତ୍ରୀ ଏବଂ ତୈଳ ମନ୍ତ୍ରୀ ଭାବରେ କାର୍ୟ୍ୟ କରିଛନ୍ତି । ସରକାରଙ୍କ ପ୍ରତି ତାଙ୍କର ତୀବ୍ର ପ୍ରତିରକ୍ଷା ପାଇଁ ମାଦୁରୋ ଥରେ ତାଙ୍କୁ 'ବାଘୁଣୀ' ବୋଲି କହିଥିଲେ। କାରାକାସରେ ଜନ୍ମଗ୍ରହଣ କରିଥିବା ରୋଡ୍ରିଗେଜ ବାମପନ୍ଥୀ ଗୁରିଲା ନେତା ଜର୍ଜ ଆଣ୍ଟୋନିଓ ରୋଡ୍ରିଗେଜଙ୍କ ଝିଅ ।
ଭେନେଜୁଏଲା ଉପରେ ସାମରିକ କାର୍ୟ୍ୟାନୁଷ୍ଠାନ ପରେ ଟ୍ରମ୍ପ ଦାବି କରିଥିଲେ ଯେ, ଆମେରିକା ବର୍ତ୍ତମାନ ପାଇଁ ଭେନେଜୁଏଲାକୁ ପରିଚାଳନା କରିବ ଏବଂ ନୂଆ ରାଷ୍ଟ୍ରପତି ଭାବରେ ରୋଡ୍ରିଗେଜଙ୍କୁ ସହଯୋଗ କରିବେ । କିନ୍ତୁ ଡେଲସି ରୋଡ୍ରିଗେଜ ମାଦୁରୋଙ୍କୁ ଦେଶର ଏକମାତ୍ର ରାଷ୍ଟ୍ରପତି ଘୋଷଣା କରିବା ସହ ଆମେରିକାର କାର୍ୟ୍ୟକୁ ନିନ୍ଦା କରିଥିଲେ ।
Comments ସମସ୍ତ ମତାମତ 0