Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ :ମନ୍ତ୍ରୀ

    Share on :
    ajab-Image
    Date: Jan 3, 2026    Views: 3838

    ଭୁବନେଶ୍ୱର: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ । ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ, ଏହି ମାସରେ ସମସ୍ତ ଆରଟିଓକୁ ପର୍ୟ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ ।

    ତେବେ ପୂର୍ବରୁ ଏକ ଗୁଜବ ରହିଥିଲା ଯେ, ଗାଡ଼ିରେ ଗ୍ରୀନ ଷ୍ଟିକର ନଲଗାଇଲେ ତେଲ ମିଳିବ ନାହିଁ । କିନ୍ତୁ ଏହାକୁ ମନ୍ତ୍ରୀ ଖଣ୍ଡନ କରି ଗୁଜବ କହିଛନ୍ତି । ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ଆରଟିଓରୁ ନେଇପାରିବେ । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି ସେଣ୍ଟରରେ ଗ୍ରୀନ ଷ୍ଟିକର ମିଳିବ । ତେବେ ଗ୍ରୀନ ଷ୍ଟିକର ଦିଆଯିବା ପୂର୍ବରୁ ପଲ୍ୟୁସନ ସାର୍ଟିଫିକେଟ, ଆରସି ତଥା ଗାଡ଼ିର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବ । ତେବେ ଆରଟିଓ ଅଫିସ ଯାଇ ଗ୍ରୀନ ଷ୍ଟିକର ଆଣିବା ସମୟରେ ଅରିଜିନାଲ ପିୟୁସିସି କପି, ଆରସି ଏବଂ ପରିଚୟ ପତ୍ର ଦେଖାଇବାକୁ ହେବ ।

    Maximum 500 characters

    ତାଜା ଖବର View all

    Find Us on Facebook