ମୁଖ୍ୟ ଖବର
ନେପାଳ: ନେପାଳ ଭଦ୍ରପୁର ବିମାନବନ୍ଦରେ ବଡ଼ ଅଘଟଣରୁ ବର୍ତ୍ତିଲା ବିମାନ । ଅଳ୍ପକେ ରକ୍ଷା ପାଇଲେ ୫୧ ଯାତ୍ରୀ । ବୁଦ୍ଧ ବିମାନ ଭଦ୍ରପୁର ବିମାନବନ୍ଦରେ ଅବତରଣ ସମୟରେ ରନୱେରୁ ଖସି ଯାଇଥିଲା । ବିମାନଟି କାଠମାଣ୍ଡୁରୁ ଭଦ୍ରପୁର ଯାଉଥିଲା । ବିମାନରେ ୫୧ଜଣ ଯାତ୍ରୀ ଯାତ୍ରା କରୁଥିଲେ ।
ସୂଚନାନନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ନେପାଳର ଝାପା ଜିଲ୍ଲାର ଭଦ୍ରପୁର ବିମାନବନ୍ଦରରେ କାଠମାଣ୍ଡୁରୁ ଭଦ୍ରପୁର ଯାଉଥିବା ବୁଦ୍ଧ ଏୟାରର ଏକ ବିମାନ ନମ୍ବର ୯୦୧ ଅବତରଣ କରିବା ସମୟରେ ରନୱେରୁ ଖସି ପଡ଼ିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ବିମାନରେ ୫୧ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ଥିଲେ। ଅଘଟଣ ପରେ ସମସ୍ଥ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।
ନେପାଳ ପୋଲିସ କହିଛି ଯେ ଅବତରଣ ସମୟରେ ଏହି ଘଟଣା ଘଟିଥିଲା ଏବଂ ସମସ୍ତ ଯାତ୍ରୀ ଏବଂ କ୍ରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
"କାଠମାଣ୍ଡୁରୁ ୫୧ ଜଣ ଯାତ୍ରୀ ଏବଂ ୪ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଝାପା ଜିଲ୍ଲାର ଭଦ୍ରପୁର ବିମାନବନ୍ଦରକୁ ଉଡ଼ାଣ ଭରୁଥିବା ବୁଦ୍ଧ ଏୟାର ବିମାନଟି ଭଦ୍ରପୁର ବିମାନବନ୍ଦରରେ ଅବତରଣ ପ୍ରକ୍ରିୟା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନେପାଳ ପୋଲିସ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି," ନେପାଳ ପୋଲିସ X ରେ ଏକ ପୋଷ୍ଟରେ କହିଛି।
Comments ସମସ୍ତ ମତାମତ 0