Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାରୀ ଅର୍ଥ ଆତ୍ମସାତ: ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ, ସଭାପତି ଗିରଫ

    Share on :
    ajab-Image
    Date: Jan 3, 2026    Views: 4669

    ଯାଜପୁର: ଯାଜପୁର ଜିଲା ଦଶରଥପୁର ବ୍ଲକ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକ ଓ ପୂର୍ବତନ ସଭାପତି ବଦ୍ରିନାରାୟଣ ରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଗିରଫ କରାଯାଇଛି। ବାଳିକା ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପାଇଁ ଆସିଥିବା ୩୨ ଲକ୍ଷ ୭ ହଜାର ୬୨୦ ସରକାରୀ ଅର୍ଥକୁ ଆତ୍ମସାତ କରିଥିବାରୁ ଭିଜିଲାନ୍ସ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ନଂ. ୪୦/୩୧ା୧୨ା୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
    ରାଜ୍ୟ ଯୁବନୀତି ତଥା ଷ୍ଟେଟ୍‌ ୟୁଥ୍‌ ପଲିସି-୨୦୧୩ ନୀତି ଅନୁଯାୟୀ କଲେଜ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ ପ୍ରଣିତ ହୋଇଥିଲା। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ତାଲିମ ପାଇଁ ୨୦୨୪-୨୫ ବର୍ଷରେ ରାଜ୍ୟର ୩୧୬ କଲେଜକୁ ଦିଆଯାଇଥିବା ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିଲା। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରି ରମେଶ ଚନ୍ଦ୍ର ବେହେରା କଲେଜ ପ୍ରିନ୍ସିପାଲମାନଙ୍କୁ ଖର୍ଚ୍ଚ ହୋଇ ନ ଥିବା ସରକାରୀ ଅର୍ଥ ଫେରେଇଦେବାକୁ ୧୪ା୮ା୨୦୨୫ରେ ନିର୍ଦ୍ଦେଶ ଜାରି କରିଥିଲେ। କେତେକ କଲେଜ କର୍ତ୍ତୃପକ୍ଷ ୧୫ା୪ା୨୦୨୫ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିପାରି ନ ଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook