ମୁଖ୍ୟ ଖବର
ଭୁବନେଶ୍ୱର: ଚଳିତ ବର୍ଷ ୩ଟି ସୁପରମୁନ୍ ଓ ମାଇକ୍ରୋମୁନ୍ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହି ମହାଜାଗତିକ ସୁପରମୁନ୍ ପ୍ରଥମ ଥର ଦୃଶ୍ୟମାନ ହେବାକୁ ଯାଉଛି । ଯାହାକୁ ଖାଲି ଆଖିରେ ରାତି ସାରା ଦେଖାଯାଇ ପାରିବ ।
ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେ ଚନ୍ଦ୍ରକୁ ସୁପରମୁନ କୁହାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ । ଆସନ୍ତାକାଲି ଅର୍ଥାତ୍ ପ୍ରଥମ ଶନିବାର ଦିନ ପୌଷ ପୂର୍ଣ୍ଣମୀର ଚନ୍ଦ୍ର ୨୦୨୬ ମସିହାର ପ୍ରଥମ ‘ସୁପରମୁନ’ ଭାବରେ ଦେଖାଯିବ । ସେହିଦିନ ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ ।
ସେହିପରି ୨୦୨୬ର ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖାଯିବ । ଚନ୍ଦ୍ର ପୃଥିବୀଠାରୁ ଦୂରରେ ଥିବା ବେଳେ ୩ଟି ପୂର୍ଣ୍ଣିମା ପଡ଼ୁଥିବାରୁ ମେ ୧, ମେ ୩୧ ଓ ଜୁନ୍ ୨୯ତାରିଖରେ ‘ମାଇକ୍ରୋମୁନ ବା ଛୋଟଚନ୍ଦ୍ର ଦେଖାଯିବ’ । ଏଗୁଡ଼ିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ । ଆକାଶ ମେଘ ବା କୁହୁଡି ମୁକ୍ତ ରହିଲେ ଜାନୁଆରୀ ୩ ତାରିଖ ଅର୍ଥାତ୍ ଆସନ୍ତାକାଲି ସୂର୍ୟ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ।
Comments ସମସ୍ତ ମତାମତ 0