ମୁଖ୍ୟ ଖବର
ଭୁବନେଶ୍ୱର: ଆଗକୁ ଖଣ୍ଡଗିରି ମାଘ ମେଳା । ତେବେ ଚଳିତ ବର୍ଷ ଖଣ୍ଡଗିରିରେ ଅଶ୍ଳୀଳ ନୃତ୍ୟ ମନା । ବିଏମସିର ପ୍ରସ୍ତୁତି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।
ସେହିପରି ମାଘମେଳା ପାଇଁ ୧୦୦ଟି ସିସିଟିଭି ଲଗାଯିବ । ଚୋରି ରୋକିବା ପାଇଁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବ । ସାଧୁସନ୍ଥଙ୍କ ରହିବା, ଖାଇବା ଓ ଶୌଚାଳୟ ବ୍ୟବସ୍ଥା କରାଯିବ । ମୋଟ ୭ଟି ପେଣ୍ଡଲରେ ଯାତ୍ରା ପରିବେଷଣ ହେବ । ଯାତ୍ରାରେ କେହି ଅଶ୍ଳୀଳ ନୃତ୍ୟ ପରିବେଷଣ କରିପାରିବେ ନାହିଁ । ଏନେଇ ଯାତ୍ରା କମିଟି ଜଣାଇ ଦିଆଯାଇଥିବାବେଳେ ସେମାନେ ବି ଏହାର ସମର୍ଥନ କରିଛନ୍ତି ବୋଲି ମେୟର ଶ୍ରୀମତୀ ଦାସ କହିଛନ୍ତି ।
Comments ସମସ୍ତ ମତାମତ 0