ମୁଖ୍ୟ ଖବର
ଅଯୋଧ୍ୟା ରାମ ମନ୍ଦିରର ପ୍ରତିଷ୍ଠା ଦିବସରେ ଓଡିଶାରୁ ଅଯୋଧ୍ୟା ଯିବ ୨୩୫ କିଲୋଗ୍ରାମର କୋଦଣ୍ଡ ଧନୁଷ । ଧନୁଷରେ ରହିବ କାର୍ଗିଲ ଯୁଦ୍ଧଠୁ ଆରମ୍ଭ କରି ଅପରେସନ ସିନ୍ଦୂରରେ ସହିଦ ହୋଇଥିବା ୧୭୫୦ ସହିଦଙ୍କ ନାମ।ଆଲୁମିନିୟମ, ଜିଙ୍କ, ସିଲଭର୍ ଗୋଲ୍ଡ ଓ ଆଇରନ୍ ପାଞ୍ଚ ପ୍ରକାରର ଧାତୁରେ ପ୍ରସ୍ତୁତ ହୋଉଛି ଏହି ଧନୁଷ । ତାମିଲନାଡୁର କାଞ୍ଚିପୁରମରେ ଏହାର ଏଯାବତ ୧ କେଜି ସୁନାର ବ୍ୟବହାର କରାଯାଇ ପ୍ରସ୍ତୁତି ଚାଲିଥିବା ବେଳେ ୬ କେଜି ସୁନା ଏଥିରେ ବ୍ୟବହାର ହେବାର ଲକ୍ଷ୍ୟ ରଖା ଯାଇଛି ।
ସନାତନ ଜାଗରଣ ମଂଚ ପକ୍ଷରୁ ଏହି ଧନୁଷ ତିଆରି ହେଉଥିବା ବେଳେ ଅନେକ ସନାତନୀଙ୍କର ସହଯୋଗ ରହିଛି । ଏହାସହ ଜଗନ୍ନାଥ ଧାମରୁ ଏହି ଉପହାର ଶ୍ରୀରାମଙ୍କ ପାଇଁ ଯାଉଥିବାରୁ ଧନୁଷ ସହ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବି ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । କୋଦଣ୍ଡର ମହତ୍ତ୍ୱ ଲୋକଙ୍କୁ ବୁଝାଇବା ସହ ଦିବ୍ୟ ଧନୁଷର ଦର୍ଶନ ପାଇଁ ଓଡିଶାରୁ ଆରମ୍ଭ ହେଵ ଧନୁଷ ଯାତ୍ରା ।
Comments ସମସ୍ତ ମତାମତ 0