ମୁଖ୍ୟ ଖବର
ଭୁବନେଶ୍ବରରୁ: ଆଜି ପୁଣି କୁହୁଡ଼ିର କବଜାରେ ରାଜ୍ୟ । ଆଜି ଉତ୍ତର ତୁଳନାରେ ଦକ୍ଷିଣ ଅଞ୍ଚଳରେ ଅଧିକ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି।ସେପଟେ ରାଜଧାନୀରେ ଘନ କୁହୁଡି ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । କିଛି ବିମାନ ବିଳମ୍ବ ସହ ବାତିଲ ହୋଇଛି । ଭୁବନେଶ୍ବରରୁ ଅହମ୍ମଦାବାଦ, କୋତା ବିମାନ ବାତିଲ ହୋଇଥିବା ବେଳେ ବାରଣାସୀ, ବେଙ୍ଗାଲୁର , କୋଲକତା, ଦୁର୍ଗାପୁର , ହାଇଦ୍ରାବାଦ, ଦିଲ୍ଲୀ ଯାଉଥିବା ବିମାନ ୨ ରୁ ୩ ଘଣ୍ଟା ବିଳମ୍ବରେ ଉଡ଼ାଣ କରୁଛି । ତେବେ ଗତକାଲି ୫ଟି ବିମାନର ଗତିପଥ ପରିବର୍ତ୍ତନ ହେଇଥିଲା । ଜାଣିରଖିବା ଉଚିତ ଯେ, ବିମାନ ଉଡାଣ ପାଇଁ ଅତି କମରେ ରନୱେ ସ୍ପଷ୍ଟ ଦୃଶ୍ୟମାନ ୫୫୦ ମିଟର ରହିଲେ ହିଁ ବିମାନ ଉଡାଣ ହୋଇଥାଏ। ହେଲେ ଘନ କୁହୁଡ଼ି ପାଇଁ ରନୱେ ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ । ପ୍ରୋଟୋକଲ ଅନୁସାରେ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆଗକୁ କୁହୁଡି ଜାରି ରହିବ, ତେଣୁ ଘରୁ ବାହାରିବା ଆଗରୁ ବିମାନ ସମୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ। ସେପଟେ ବିମାନ ବିଳମ୍ୱ ଯୋଗୁଁ ଯାତ୍ରୀ ସମସ୍ୟାରେ ପଡିଛନ୍ତି ।
Comments ସମସ୍ତ ମତାମତ 0