ମୁଖ୍ୟ ଖବର
ଭୁବନେଶ୍ୱର: ବର୍ଷର ପ୍ରଥମ ଦିନରେ ପୁଣି ବିରୋଧୀ ବିଜୁ ଜନତା ଦଳରେ ତେଜିଲା ଉତ୍ତରାଧିକାରୀ ରାଜନୀତି ଚର୍ଚ୍ଚା । ନବୀନଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ।
ପଣ୍ଡିଆନ ଦମ୍ପତିଙ୍କୁ ଦଳର ଉତ୍ତରାଧିକାରୀ କରିବାକୁ ଚାହୁଁଥିବା ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି, କିଏ ଚାହୁଁଛନ୍ତି ସେଇଟା ଅଲଗା କଥା । କିନ୍ତୁ ସବୁଠାରୁ ବଡକଥା ହେଉଛି ଗ୍ରହଣୀୟତା । ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ବାଛିଥିଲେ । ବିଜୁବାବୁ କ’ଣ ବାଛିଥିଲେ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ । ଅଶୋକ ଆହୁରି କହିଛନ୍ତି ଯେ, ଓଡିଶାବାସୀ ଯାହାକୁ ଚାହିଁବେ ଓଡ଼ିଶାବାସୀଙ୍କ ସ୍ବାର୍ଥ ସିଏ ହିଁ ଜଗିବ । ଦଳରେ ସମସ୍ତେ କହୁଛନ୍ତି ନବୀନ ବାବୁ ଅମର ନେତା । ନବୀନ ବାବୁ କହିଛନ୍ତି ଓଡିଶାବାସୀ ଦଳର ଉତ୍ତରାଧିକାରୀ ବାଛିବେ ।
Comments ସମସ୍ତ ମତାମତ 0