ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି ପର୍ୟ୍ୟାୟରେ ୨ ଶହ କୋଟି ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ପିଲାଙ୍କ ମନୋରଞ୍ଜନ ସହିତ ମାର୍କେଟ କମ୍ପ୍ଲେକ୍ସ ଓ ପୁଡ ପାର୍କ ନିର୍ମାଣ ହେବ ।
ଦୀର୍ଘ ସାତମାସ ପୂର୍ବେ ଭୁବନେଶ୍ବର ନିକୋ ପାର୍କ ଜୋନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଥିଲେ । ଲେକ୍ ଜୋନ୍ର ୩.୨୬୦ କିଲୋମିଟର ଅଞ୍ଚଳକୁ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବରେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସୌନ୍ଦର୍ୟ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।
Comments ସମସ୍ତ ମତାମତ 0