ମୁଖ୍ୟ ଖବର
ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ ପଶି ଘରର ସମ୍ମୁଖ ଭାଗ ଭାଙ୍ଗି ଦେଇଛି । ସୌଭାଗ୍ୟବଶତଃ ଘର ବାହାରେ କେହି ନଥିବାରୁ ମୃତାହତ ହୋଇ ନାହାନ୍ତି ।ସୂଚନା ଅନୁସାରେ, କଟକରୁ ଟ୍ରକ୍ ନେଇ ଧାମରା ଆଡ଼କୁ ଯାଉଥିଲେ ଡ୍ରାଇଭର୍ । ବାଟ ଜାଣି ନଥିବାରୁ ଗୁଗଲ୍ ମ୍ୟାପ୍ ଖୋଲିଲେ, ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଇ ବାଟେ ଯାଉ ଯାଉ ଗାଁ ଭିତରେ ଫସିଗଲେ ।ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ଦିଗଛିଆ ଛକ ନିକଟସ୍ଥ ପାତ୍ରସାହି ରାସ୍ତାରେ ଯାଉଥିବା ବେଳେ ଗୁଗଲ୍ ମ୍ୟାପ୍ ଦେଖି ଗାଁ ଭିତରକୁ ମାଡ଼ି ଯାଇଥିଲା ଟ୍ରକ୍ଟି । ଗାଁର ଅଣଓସାରିଆ ରାସ୍ତାରେ ଟ୍ରକ୍ଟି ଫସିଯିବା ସହ ଧକ୍କା ଦେଇ ଘରର ସମ୍ମୁଖ ପଟ ଭାଙ୍ଗି ଦେଇଛି । କଟକରୁ ଭୋର୍ ସମୟରେ ଧାମରା ବନ୍ଦର ଅଭିମୁଖେ ଯାଉଥିବା ବେଳେ ଏହି ଅଘଟଣ ଘଟିଛି ।ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଟ୍ରକ୍ଟି ହୋଇଥିବା ବେଳେ ଡ୍ରାଇଭରଙ୍କୁ ଧାମରା ବନ୍ଦର ରାସ୍ତା ଜଣା ନଥିଲା । ତେଣୁ ସେ ମୋବାଇଲ୍ରେ ଗୁଗଲ୍ ମ୍ୟାପ୍ ଖୋଲି ଧାମରା ବନ୍ଦରକୁ ରାସ୍ତା ଖୋଜିଥିଲେ ।ଆଉ ଗୁଗଲ୍ ମ୍ୟାପ୍ ଦର୍ଶାଉଥିବା ବାଟରେ ଟ୍ରକ୍ ନେଇ ମାଡ଼ି ଯାଇଥିଲେ । ହେଲେ ଗାଁ ଭିତର ରାସ୍ତାକୁ ଗୁଗଲ୍ ମ୍ୟାପ୍ ବାଟ କଢ଼ାଇ ନେଇଥିଲା । ଫଳରେ ଅଣଓସାରିଆ ଗାଁ ରାସ୍ତାରେ ଟ୍ରକ୍ଟି ପଶିବା ସହ ପାତ୍ରସାହିର ରମେଶ ଦାସଙ୍କ ଘର ଉପରକୁ ମାଡ଼ି ଯାଇଛି ।ଟ୍ରକ୍ ଧକ୍କାରେ ଘରର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି । ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଥିବାରୁ କେହି ଆହତ ହୋଇନଥିବା ଜଣାପଡ଼ିଛି । ଲୋକଙ୍କ ଠାରୁ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାଂଶଡ଼ା ପୋଲିସ । ଲୋକଙ୍କୁ ବୁଝାସୁଝା କରି ଟ୍ରକ୍ଟିକୁ ଥାନାକୁ ପୋଲିସ ନେଇଛି ।
Comments ସମସ୍ତ ମତାମତ 0