ମୁଖ୍ୟ ଖବର
ଭୁବନେଶ୍ୱର: କାର୍ୟ୍ୟ ଆରମ୍ଭ କରିଛନ୍ତି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଲୋକସେବା ଭବନରେ ପ୍ରଥମ ପ୍ରତିକ୍ରିୟାରେ ସେ ସମଗ୍ର ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। କହିଛନ୍ତି, ଦାୟିତ୍ୱ ଗ୍ରହଣ ପରେ ମୁଁ ପ୍ରଥମେ ପୁରୀ ଯାଇଥିଲି। ନିଜ ପାଇଁ ଏବଂ ରାଜ୍ୟ ପାଇଁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇଛି। ଆମେ ସମସ୍ତେ ମିଶି କରି ବହୁତ କିଛି ନୂଆ କରିବା। ଗୋଟିଏ ବୈଠକ ହୋଇଛି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିସାରିଛି। ପ୍ରଥମ ଦିନରେ ଆମେ ସବୁଠାରୁ ଅଧିକ କାମ କରିବୁ ବୋଲି ସେ କହିଛନ୍ତି।ଏଥିସହିତ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛି, ଆଉ କ’ଣ ହୋଇପାରିବ ସେନେଇ ଆଲୋଚନା ଜାରି ରହିବ। ଆଜି ସବୁ ସଚିବଙ୍କ ସହ ବୈଠକ ରହିଛି।
Comments ସମସ୍ତ ମତାମତ 0