ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୬ ନୂଆ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବର୍ଷଟି ସମସ୍ତଙ୍କ ଜୀବନରେ ନୂଆ ଆଶା, ନୂଆ ସଂକଳ୍ପ ଏବଂ ନୂଆ ଆତ୍ମବିଶ୍ୱାସ ନେଇ ଆସୁ । ଏହି ବର୍ଷ ସମସ୍ତଙ୍କୁ ଜୀବନରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ ବୋଲି କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଜ୍ଞାନ, ବୈରାଗ୍ୟ ଐଶୋର୍ୟ୍ୟ, ସାହସ, ତେଜ, ଶକ୍ତି, ସ୍ମୃତି, ସ୍ୱାଧୀନତା, କୌଶଳ, ସୌନ୍ଦର୍ୟ୍ୟ, ଧୈର୍ୟ୍ୟ ଓ ସହନଶୀଳତା ଏହି ସମସ୍ତ ଗୁଣ ମଣିଷଙ୍କୁ ଜୀବନରେ ସଫଳତା ଦେଇଥାଏ । ତେଣୁ ନୂଆ ବର୍ଷରେ ସମସ୍ତେ ଏହି ଗୁଣଗୁଡ଼ିକୁ ଅନୁସରଣ କରି ଆଗକୁ ବଢ଼ନ୍ତୁ ।
Comments ସମସ୍ତ ମତାମତ 0