ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶବାସୀଙ୍କୁ ଇଂରାଜୀ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୂଆ ବର୍ଷର ଉତ୍ସାହପୂର୍ଣ୍ଣ ଅବସରରେ ଦେଶ ଓ ବିଦେଶରେ ବାସ କରୁଥିବା ସମସ୍ତ ଭାରତୀୟଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନବବର୍ଷର ଉର୍ଜା ଓ ସକାରତ୍ମକ ପରିବର୍ତ୍ତନର ପ୍ରତୀକ । ଏହା ଆତ୍ମନିର୍ଭର ଓ ନୂଆ ସଂକଳ୍ପ ନେବାର ସମୟ । ଚଳିତ ନବବର୍ଷରେ ଆମେ ଦେଶର ବିକାଶ, ସାମାଜିକ ସମାନତା ଓ ପର୍ୟ୍ୟାବରଣ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରେ । ବର୍ଷ ୨୦୨୬ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ତଥା ସଶକ୍ତ ଓ ଉଜ୍ୱଳ ଭାରତର ନିର୍ମାଣ ଆମ ସଂକଳ୍ପକୁ ନୂଆ ଉର୍ଜା ପ୍ରଦାନ କରୁ ବୋଲି ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି ।
Comments ସମସ୍ତ ମତାମତ 0