Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେଉ : ଧର୍ମେନ୍ଦ୍ର

    Share on :
    ajab-Image
    Date: Jan 1, 2026    Views: 2950

    ଭୁବନେଶ୍ୱର : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମଗ୍ର ଭାରତବାସୀ ତଥା ଓଡ଼ିଶାବାସୀଙ୍କୁ ଇଂରାଜୀ ନବବର୍ଷ-୨୦୨୬ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସେ ଆଗାମୀ ବର୍ଷକୁ ନୂତନ ସମ୍ଭାବନା, ସକରାତ୍ମକତା ଏବଂ ଉଲ୍ଲାସର ବର୍ଷ ଭାବେ ଅଭିହିତ କରିଛନ୍ତି ।
    ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ବର୍ଷଟି କେବଳ ଏକ କ୍ୟାଲେଣ୍ଡର ପରିବର୍ତ୍ତନ ନୁହେଁ, ବରଂ ଏହା ସାଢେ ଚାରି କୋଟି ଓଡ଼ିଆଙ୍କ ପାଇଁ ନୂତନ ସମ୍ଭାବନା ଓ ଉନ୍ମାଦନାର ବର୍ଷ । ‘ବିକଶିତ ଓଡ଼ିଶା’ ସଂକଳ୍ପରେ ୨୦୨୬ ଏକ ନୂତନ ସମ୍ଭାବନାର ବର୍ଷ ହେବ । ତେଣୁ ଆମକୁ ସକରାତ୍ମକ ଚିନ୍ତାଧାରା ସହ ଏହି ନୂତନ ଆରମ୍ଭକୁ ସ୍ୱାଗତ କରିବାକୁ ହେବ । ନୂଆ ବର୍ଷର ସୂର୍ୟ୍ୟ କେବଳ ବଙ୍ଗୋପସାଗରର ନୀଳ ଜଳରାଶିରେ ଉଦୟ ହେବ ନାହିଁ, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସ୍ୱାଭିମାନ ଓ ଉଜ୍ଜ୍ୱଳ ଭବିଷ୍ୟତର ସୂର୍ୟ୍ୟ ଭାବେ ପ୍ରକାଶିତ ହେବ ।
    ୨୦୩୬ରେ ଭାଷା ଭିତ୍ତିରେ ଓଡ଼ିଶା ଗଠନର ଶତବାର୍ଷିକୀ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ବର୍ଷ ପୂରଣ ହେବାକୁ ଯାଉଛି । ଏହି ଅମୃତ କାଳରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ରହିଛି । ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ଆରୋଗ୍ୟ କାମନା କରିଛନ୍ତି । ପ୍ରଭୁଙ୍କ ଆଶୀର୍ବାଦରୁ ୨୦୨୬ ପ୍ରତ୍ୟେକ ପରିବାରରେ ହସଖୁସି ଭରିଦେଉ ବୋଲି ସେ ପ୍ରାର୍ଥନା କରିଛନ୍ତି । ଶେଷରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀଙ୍କୁ ଏକଜୁଟ ହୋଇ ରାଜ୍ୟ ଓ ଦେଶର ବିକାଶରେ ସହଭାଗୀ ହେବାକୁ ନିବେଦନ କରିବା ସହ ପୁନର୍ବାର ନବବର୍ଷର ଅନେକ ଶୁଭକାମନା ଜଣାଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook