Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୋଟିଆ ପାଇଁ ଓଏସ୍‌ଡି ନିଯୁକ୍ତି

    Share on :
    ajab-Image
    Date: Jan 1, 2026    Views: 2355

    ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଅଞ୍ଚଳରେ ହେଉଥିବା ସମସ୍ତ ବିକାଶ କାର୍ୟ୍ୟ ସେ ତଦାରଖ କରିବେ । ୨୯ ତାରିଖରେ ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଓଏଏସ ଅଫିସର ସୌରଭକାନ୍ତ ଦାଶଙ୍କୁ ନିଯୁକ୍ତ କରାଯାଇଛି । ସେଭଳି ଆନ୍ଧ୍ର ଅକଧିକାରୀଙ୍କ ଅନୁପ୍ରବେଶ ରୋକିବା ପାଇଁ ପଟାଙ୍ଗି ବିଡିଓ ରାମକୃଷ୍ଣ ନାଏକ ୬ ଜଣ ସ୍ଥାନୀୟ ଯୁବକଙ୍କୁ ଏଜେଣ୍ଟ ଭାବେ ନିଯୁକ୍ତ କରିଛନ୍ତି ।

    କୋଟିଆ ପଞ୍ଚାୟତର ଫାଟୁସିନେରି ଓ ନେରେଡିବାଲସା ଗାଁର ୬ ଜଣ ସ୍ଥାନୀୟ ଯୁବକଙ୍କୁ ଅବୈତନିକ (ସ୍ୱେଚ୍ଛାସେବୀ) ଭାବେ ନିଯୁକ୍ତ କରାଯାଇଛି । ସେମାନେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ନଜର ରଖି ବ୍ଳକ ପ୍ରଶାସନକୁ ଖବର ଦେବେ । ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲା କୋଟିଆକୁ ନିଜର ଦର୍ଶାଇ ଆନ୍ଧ୍ର ପ୍ରଦେଶ ସାଲୁର ମଣ୍ଡଳର ସରକାରୀ ଅଧିକାରୀ ପ୍ରାୟ ସମୟରେ ବିଭିନ୍ନ ସରକାରୀ କାର୍ୟ୍ୟକ୍ରମ କରିଆସୁଛନ୍ତି । ସ୍ଥାନୀୟ ଲୋକଙ୍କୁ ତାଙ୍କ ସପକ୍ଷରେ ରହିବା ପାଇଁ କିଛି ଦିନ ତଳେ ଫାଟୁସିନେରିରେ ବୈଠକ କରିବା ସହିତ ସେଠାରେ ଲାଗି ଥିବା ଓଡିଆ ବୋର୍ଡ ଗୁଡିକୁ ଉପାଡି ଫିଙ୍ଗି ଦେଇଥିଲେ । ଏହା ପରେ ପଟାଙ୍ଗୀ ବ୍ଳକ ପ୍ରଶାସନ ତତ୍ପର ହୋଇ ଉଠିଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook