Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାର୍ୟ୍ୟ ଆରମ୍ଭ କଲେ ଅନୁ ଗର୍ଗ

    Share on :
    ajab-Image
    Date: Jan 1, 2026    Views: 2784

    ଭୁବନେଶ୍ୱର : ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ କାର୍ୟ୍ୟ ଆରମ୍ଭ କଲେ ଅନୁ ଗର୍ଗ । ଗତକାଲି ଅପରାହ୍ନରେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଲୋକସେବା ଭବନରେ ମନୋଜ ଆହୁଜାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।
    ଆଜି ଆଇଏଏସ ଅନୁଗର୍ଗ ମୁଖ୍ୟ ଶାସନ ସଚିବ ଭାବେ କାର୍ୟ୍ୟଭାର ଗ୍ରହଣ କରିଛନ୍ତି । ଲୋକସଭା ଭବନରେ ନିଜର ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଅନୁ ଗର୍ଗ । ପ୍ରତିକ୍ରିୟାରେ ପ୍ରଥମେ ନବ ବର୍ଷର ସୁଭେଚ୍ଛା ଜଣାଇଥିଲେ । ଦାୟିତ୍ବ ଗ୍ରହଣ ପରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନିଜ ପାଇଁ ଓ ରାଜ୍ୟ ପାଇଁ ଆଶୀର୍ବାଦ ଲୋଡିଥିବା କହିଛନ୍ତି ଅନୁ ଗର୍ଗ । ସମସ୍ତେ ମିଶି କିଛି ନୂଆ କରିବାକୁ କହିଛନ୍ତି । କାର୍ୟ୍ୟସୂଚିକୁ ନେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରି ସାରିଛି ଏବଂ ଆଗକୁ କ’ଣ ହୋଇ ପାରିବ ଏନେଇ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ହୋଇ ସାରିଛି । କାର୍ୟ୍ୟର ପ୍ରଥାମ ଦିନରେ ଅଧିକ କାମ କରିବେ ବୋଲି କହିଛନ୍ତି ଅନୁ ଗର୍ଗ । ଆଜି ସବୁ ସଚିବଙ୍କ ସହ ବୈଠକ କରିବେ ବୋଲି  ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।୧୯୯୧ ବ୍ୟାଚ୍‌ ର ଆଇଏଏସ୍‌ ଅଫିସର ହେଉଛନ୍ତି ଅନୁ ଗର୍ଗ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ କାର୍ୟ୍ୟ ଆରମ୍ଭ କରିଛନ୍ତି ଅନୁ ଗର୍ଗ ।

    Maximum 500 characters

    ତାଜା ଖବର View all

    Find Us on Facebook