Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୬ରୁ ଅଧିକ ବିମାନ ଉଡାଣ ବିଳମ୍ବିତ

    Share on :
    ajab-Image
    Date: Jan 1, 2026    Views: 2841

    ଭୁବନେଶ୍ଵର: ଭୁବନେଶ୍ଵରରେ ଘନ କୁହୁଡ଼ି ପାଇଁ ୬ରୁ ଅଧିକ ଉଡାଣ ବିଳମ୍ବ । ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ ।ରାଜଧାନୀ ଭୁବନେଶ୍ବରରେ ସକାଳୁ ଗହଣା କୁହୁଡି ଦେଖିବାକୁ ମିଳିଛି । ଗହଣା କୁହୁଡି ପାଇଁ ସହରବାସୀଙ୍କ ଦୈନନ୍ଦିନ ଜୀବନଶୈଳୀରେ ପ୍ରଭାବ ପକାଇଛି । ଆଜି ନୂଆବର୍ଷରେ ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିଥିବା ଲୋକ ମାନଙ୍କ ଯାତ୍ରାରେ ବାଧା ସୃଷ୍ଟି କରିଛି ଘନ କୁହୁଡି । ଘନ କୁହୁଡି ପାଇଁ ଯାନବାହାନ ଚଳାଚଳରେ ବାଧାସୃଷ୍ଟି ହୋଇଛି । ବିମାନବନ୍ଦରରେ ମଧ୍ୟ ବିମାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଘନ  କୁହୁଡି ପାଇଁ ୬ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି । ବିମାନ ଉଡାଣରେ ବିଳମ୍ବ ନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାତ୍ରୀଙ୍କୁ ସୂଚନା ଦିଆ ଯାଇଛି । ନୂଆଦିଲ୍ଲୀ,ଗୁଆହାଟି,ଚେନ୍ନଇ,ପ୍ରୟାଗରାଜ ଓ ହାଇଦ୍ରାବାଦ ବିମାନ ବିଳମ୍ବରେ ଉଡାଣ ଭରିବ ।ଘନ କୁହୁଡ଼ି ପାଇଁ ସକାଳୁ ମାତ୍ର ଗୋଟିଏ ବିମାନ ଉଡାଣ ଭରିଛି । ଏବେ ମଧ୍ୟ ଅନେକ ବିମାନ ଉଡାଣ ଭରିବା ପାଇଁ ରନ-ୱେ ରେ ଅପେକ୍ଷା କରି ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook