ମୁଖ୍ୟ ଖବର
ଚିଲିକା: ନୂଆବର୍ଷରେ ଚିଲିକାରେ ଅଘଟଣ । ଚିଲିକାରେ ଫସିଛି ଯାତ୍ରୀବାହୀ ଭସାପୋଲ । ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ୍ ଓ ୨ଟି କାର ଫସି ରହିଛି । ପ୍ରବଳ କୁହୁଡି ଯୋଗୁଁ ମହିଁସା କୁଦରେ ଅଟକିଛି ଭସାପୋଲ । ପ୍ରାୟ ୩୦ମିନିଟ୍ ଧରି ଫସି ରହିବା ପରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି । ସାତପଡାରୁ ଜହ୍ନିକୁଦା ଅଭିମୁଖେ ଆସୁଥିଲା ଭସାପୋଲ । ଭସାପୋଲରେ ଆସୁଥିବା ବେଳେ ନିଖୋଜ ହୋଇଥିବା ବ୍ୟକ୍ତିଙ୍କୁ ଖୋଜାଖୋଜି ଜାରି ରହିଛି । ନିଖୋଜଙ୍କ ଘଣ ଗଞ୍ଜାମ ଜିଲାରେ ବୋଲି ସୂଚନା ମିଳିଛି ।
Comments ସମସ୍ତ ମତାମତ 0