ମୁଖ୍ୟ ଖବର
ବ୍ୟାୟାମ, ଶକ୍ତି, ନମନୀୟତା ଏବଂ ଶ୍ୱାସକ୍ରିୟା ଉପରେ ଧ୍ୟାନ ଦେଇ ଆଧୁନିକ ଯୋଗ ବିକଶିତ ହୋଇଛି ଓ ଏହା ଶାରୀରିକ ଏବଂ ମାନସିକ ସୁସ୍ଥତା ବୃଦ୍ଧି କରିବାରେସହାୟକ ହୋଇଥାଏ ଓ ଯୋଗର ଅନେକ ଶୈଳୀ ରହିଛି , ଏବଂ କୌଣସି ଶୈଳୀ ଅନ୍ୟ ଅପେକ୍ଷା ଅଧିକ ପ୍ରାମାଣିକ କିମ୍ବା ଉନ୍ନତ ନୁହେଁ ଓ ଯୋଗର ବିଭିନ୍ନ ପ୍ରକାର ଏବଂ ଶୈଳୀ :
ଅଷ୍ଟାଙ୍ଗ ଯୋଗ: ଏହି “ଯୋଗ” ସୂତ୍ର ମହର୍ଷି ପତଞ୍ଜଳି ଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଓ ଏଥିରେ ମହର୍ଷି ପତଞ୍ଜଳି ମନର ଅସ୍ଥିରତାକୁ ଦୂର କରି ମନକୁ ସ୍ଥିର କରିବା ପାଇଁ ବହୁ ପୁରାତନ କୌଶଳ କହିଛନ୍ତି । ଏହି ପ୍ରକାର ଯୋଗ ପ୍ରାଚୀନ ଶିକ୍ଷା ବ୍ୟବସ୍ଥାରେ ବ୍ୟବହାର କରାଯାଉଥିଲା । ଅବଶ୍ୟ, ଏହା ୧୯୭୦ ଦଶକରେ ସବୁଠାରୁ ଲୋକପ୍ରିୟ ହୋଇଥିଲା । ଦିଲ୍ଲୀ ୟୁନିଭର୍ସିଟି ର ମହାରାଜା ଉଗ୍ରସେନ କଲେଜ ର ପ୍ରଫେସର ଡ଼.ମୁକେଶ ଅଗ୍ରୱାଲ ଙ୍କ ଅନୁସାରେ, ମହର୍ଷି ପତଞ୍ଜଳି ଯୋଗ ସୂତ୍ରର ରଚୟିତା ଓ ସେ ନିଜ ରଚନା ଯୋଗ ସୂତ୍ରରେ ଅଷ୍ଟାଙ୍ଗ ଯୋଗ କୁ ଲୋକଙ୍କ ଜୀବନ ଶୈଳୀ ସହିତ ଯୋଡ଼ି ପାରିଛନ୍ତି ।
ବିକ୍ରମ ଯୋଗ: ବିକ୍ରମ ଯୋଗ “ହଟ” ଯୋଗ ନାମରେ ମଧ୍ୟ ଜଣାଶୁଣା । ଏହି ପ୍ରକାର ଯୋଗ ମୁଖ୍ୟତଃ କୃତ୍ରିମ ଗରମ କୋଠରୀରେ ପ୍ରାୟ ୧୦୫ ଡିଗ୍ରୀ ସେଲସିୟସ୍ ଉତ୍ତାପ ଏବଂ ୪୦ ପ୍ରତିଶତ ଆର୍ଦ୍ରତା ସହିତ କରାଯାଏ । ଏଥିରେ ୨୬ ଟି ପୋଜ୍ ଏବଂ ଦୁଇଟି ନିଶ୍ୱାସ ପ୍ରଶ୍ୱାସ କ୍ରିୟା ରହିଥାଏ ।
ହଠ ଯୋଗ : ହଠ ଯୋଗ ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ର ଙ୍କୁ ଏକତ୍ର କରି ହଠ ଯୋଗ ସୃଷ୍ଟି ହୋଇଛି । ମଣିଷ ଶରୀର ପାଇଁ ଉଭୟ ସୂର୍ଯ୍ୟ ଏବଂ ଚନ୍ଦ୍ର ଏକ ସ୍ତମ୍ଭ ସଦୃଶ । ମାନବ ଶରୀରରେ ସୂର୍ଯ୍ୟ ଓ ଚନ୍ଦ୍ର ର ସ୍ଥିତି ସନ୍ତୁଳିତ ରହିଲେ,ଶରୀର ରୋଗମୁକ୍ତ ରହିଥାଏ । ଯେ କୌଣସି ପ୍ରକାରର ଯୋଗ ପାଇଁ ଏହା ଏକ ସାଧାରଣ ଶବ୍ଦ ଯାହା ଶାରୀରିକ ସ୍ଥିତିକୁ ଶିକ୍ଷା ଦିଏ ।
ଅୟଙ୍ଗର ଯୋଗ: ଏହି ଯୋଗ କୁ ବହୁ ଗବେଷଣା ପରେ ସ୍ୱର୍ଗୀୟ ଗୁରୁ ବି.କେ. ଅୟଙ୍ଗର ଙ୍କ ଦ୍ୱାରା ଉଦ୍ଭାବନ କରିଥିଲେ । ଅୟଙ୍ଗର ଯୋଗ ହେଉଛି ଅଷ୍ଟାଙ୍ଗ ଯୋଗର ଦିଗ ଉପରେ ଆଧାରିତ ଏକ ଯୋଗ ଓ ଯେଉଁଥିରେ ନିୟମିତ ଅଭ୍ୟାସର ଅନେକ ଲାଭ ଅଛି । ଏହି ଯୋଗ ବିଦ୍ୟାରେ , ପ୍ରାଣାୟାମ ଏବଂ ଯୋଗସନ କରିବାବେଳେ ଏହାର ମୁଦ୍ରା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଜୀବମୁକ୍ତି ଯୋଗ: ଜୀବମୁକ୍ତି ଯୋଗ ର ଅର୍ଥ ହେଉଛି “ଜୀବିତ ଥିବାବେଳେ ମୁକ୍ତି” । ଏହି ପ୍ରକାର ଯୋଗ ୧୯୮୪ ରେ ଉଭାବନ ହୋଇଥିଲା ଏବଂ ଆଧ୍ୟାତ୍ମିକ ଶିକ୍ଷା ଏବଂ ଅଭ୍ୟାସଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ ଥିଲା । ଏହି ପ୍ରକାର ଯୋଗ ନିଜେ ପୋଜ୍ ଉପରେ ଧ୍ୟାନ ଦେବା ପରିବର୍ତ୍ତ ପୋଜ୍ ଗୁଡିକ ମଧ୍ୟରେ ଗତି ବଢାଇବା ଉପରେ ଧ୍ୟାନ ଦେଇଥାଏ ।
କୃପାଳୁ ଯୋଗ: ଏହି ପ୍ରକାର ଯୋଗ ରେ ଅଭ୍ୟାସକାରୀ ପ୍ରଥମେ ନିଜ ଶରୀରରୁ ଜାଣିବା, ଗ୍ରହଣ କରିବା ଏବଂ ଶିଖିବା ପାଇଁ ଶିକ୍ଷା ଦିଆ ଯାଇଥାଏ । କ୍ରିପାଲୁ ଯୋଗ ର ଛାତ୍ର ମାନେ ଭିତର ଆଡକୁ ନିଜ ସ୍ତର ଅଭ୍ୟାସ କରିବାକୁ ଶିଖନ୍ତି । ଯୋଗ ଶିକ୍ଷା ଗୁଡିକ ସାଧାରଣତଃ ନିଶ୍ୱାସ ପ୍ରଶ୍ୱାସ ,ବ୍ୟାୟାମ ଏବଂ ହାଲୁକା ଷ୍ଟ୍ରେଚ୍ ସହିତ ଆରମ୍ଭ ହୁଏ, ତା’ପରେ ଶୃଙ୍ଖଳିତ ଭାବରେ ବ୍ୟକ୍ତିଗତ ପୋଜ୍ ଏବଂ ଅନ୍ତିମ ପୋଜ ହୋଇଥାଏ ।
କୁଣ୍ଡଳିନୀ ଯୋଗ: କୁଣ୍ଡଳିନୀ ଅର୍ଥ ହେଉଛି “ସାପ ପରି ଗୁଡେଇ ହେବା” କୁଣ୍ଡାଲିନି ଯୋଗ ହେଉଛି ଧ୍ୟାନର ଏକ ପ୍ରଣାଳୀ ଯାହା ମନରେ ଦବି ହୋଇ ରହିଥିବା ଶକ୍ତି କୁ ମୁକ୍ତ କରିବା । ସ୍ୱାମୀ ଶିବାନନ୍ଦ କୁଣ୍ଡଳିନୀ ଯୋଗ ମାଧ୍ୟମରେ ଅଗଣିତ ଯୋଗ ସାଧନକୁ ମୁକ୍ତିର ରାସ୍ତା ଦେଖାଇଛନ୍ତି ।
ଶକ୍ତି ଯୋଗ: ୧୯୮୦ ଦଶକର ଶେଷ ଭାଗରେ, ଅଭ୍ୟାସକାରୀମାନେ ପାରମ୍ପାରିକ ଆଷ୍ଟଓଙ୍ଗ ଆସନ ଉପରେ ଆଧାର କରି ଏହି ସକ୍ରିୟ ଏବଂ ଆଥଲେଟିକ୍ ପ୍ରକାରର ଯୋଗର ବିକାଶ କରିଥିଲେ ।
ଶିବାନନ୍ଦ ଯୋଗ : ଏହା ପାଞ୍ଚ ବିନ୍ଦୁ ଦର୍ଶନ ଉପରେ ଆଧାରିତ । ଏହି ଦର୍ଶନ ରେ କୁହାଯାଇଛି ଯେ ସଠିକ୍ ଜୈଗୀକ ଜୀବନ ଅତିବାହିତ କରିବା ପାଇଁ ଏକ ସଠିକ ଶ୍ୱାସ କ୍ରିୟା,ଆହାର ,ବିହାର ,ବିଶ୍ରାମ,ବ୍ୟାୟାମ ଏବଂ ସକାରାତ୍ମକ ଚିନ୍ତାଧାରା ସହିତ ସୁସ୍ଥ ଜୀବନଶୈଳୀ ସୃଷ୍ଟି କରିବା ପାଇଁ ଏକତ୍ର କାର୍ଯ୍ୟ କରିଥାଏ ।
ବିନିଯୋଗ : ଶାରୀରିକ ଦକ୍ଷତାକୁ ଖାତିର ନକରି ଯେ କୌଣସି ବ୍ୟକ୍ତି ଏହା କରିପାରିବେ । ବିନିଯୋଗ ଶିକ୍ଷକ ମାନେ ସଠିକ ଭାବରେ ତାଲିମ ନେବା ଆବଶ୍ୟକ । ଏଥିରେ ବିଶେଷ କରି ଶରୀର ରଚନା ।
ୟିନ: ଏହା ଏକ ଶାନ୍ତି ପ୍ରଦାନକାରୀ ଏବଂ ଧ୍ୟାନ କେନ୍ଦ୍ରିତ କରିବା ଯୋଗ ଅଟେ , ଯାହାକୁ ତାଓବାଦୀ ଯୋଗ ମଧ୍ୟ କୁହାଯାଏ । ୟିନ ଯୋଗ ମୁଖ୍ୟତଃ ,ଶରୀରରେ ପ୍ରମୁଖ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତ କରିବାକୁ ଅନୁମତି ଦିଏ ,ଯେଉଁଥିରେ କି : ଆଣ୍ଠୁ,କହୁଣୀ,ପିଠି ହାଡ଼ ,ଗୋଡ଼ ଗୋଇଠି ହାଡ଼ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ ।
ପ୍ରିନେଟଲ ଯୋଗ: ଏହି ଯୋଗ ମୁଦ୍ରା ପ୍ରସବ ପୂର୍ବରୁ କରାଯାଏ ଏବଂ ଯୋଗ ଗର୍ଭଧାରଣ କରୁଥିବା ବ୍ୟକ୍ତିଙ୍କ ପାଇଁ ଚିକିସôକଙ୍କ ପରାମର୍ଶ ନେଇ ଅଭ୍ୟାସ କରାଯାଇଥାଏ । ଏହା ମହିଳାମାନଙ୍କୁ ଗର୍ଭାବସ୍ଥା ପରେ ସେମାନଙ୍କର ପୁରୁଣା ଆକାରକୁ ଫେରିବାରେ ସାହାଯ୍ୟ କରିବା ସହିତ ସ୍ୱାସ୍ଥ୍ୟ-ଯନô ଗର୍ଭଧାରଣକୁ ମଧ୍ୟ ସାହାଯ୍ୟ କରିଥାଏ ।
ଆରାମ ଯୋଗ : ଯୋଗ ର ଏହା ହେଉଛି ଏକ ଆରାମଦାୟକ ରୂପ । ଜଣେ ବ୍ୟକ୍ତି ଏହି ଯୋଗ ରେ ମୋଟ ଚାରି କିମ୍ବା ପାଞ୍ଚଟି ସରଳ ପୋଜ୍ ନେଇପାରେ । ଏକ ପୋଜ୍ ଧରିବା ପାଇଁ ଏହା କୌଣସି ଅତିରିକ୍ତ ପ୍ରୟାସର ଆବଶ୍ୟକ କରେ ନାହିଁ, କେବଳ କମ୍ବଳ, ଗୋଲାକାର ତକିଆ ଭଳି କିଛି ପ୍ରପ୍ସ ସାହାଯ୍ୟରେ ଆପଣ ଆରାମଦାୟକ ସ୍ଥିତି କରିପାରିବେ ।
Comments ସମସ୍ତ ମତାମତ