Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଜାଣନ୍ତୁ, ଯୋଗର ଆଠଟି ଚରଣ

    Share on :
    ajab-Image
    Date: Jun 18, 2022    Views: 2876

    ଯୋଗ ଦର୍ଶନର ମୂଳ ଗ୍ରନ୍ଥ ହେଉଛି ମହର୍ଷି ପତାଞ୍ଜଳିଙ୍କ ଦ୍ୱାରା ରଚିତ ପାତାଞ୍ଜଳି ସୂତ୍ର ବା ଯୋଗ ସୂତ୍ର  । ଅଷ୍ଟାଙ୍ଗ ଯୋଗ ଦୁଇଟି ଶବ୍ଦ ର ସନ୍ଧି ବିଚ୍ଛେଦ ହୋଇଛି  । ଅଷ୍ଟ+ଅଙ୍ଗ ,ଅର୍ଥାତ ଏମିତିକା ମାର୍ଗ ଯେଉଁଥିରେ ଆଠଟି ଅଙ୍ଗ ବା ଚରଣ ଅଛି  ।

    ଯମ,ନିୟମ,ଆସନ,ପ୍ରାଣାୟମ,ପ୍ରତ୍ୟାହାର,ଧାରଣା,ଧ୍ୟାନ,ସମାଧି ହେଉଛି ଯୋଗ ର ଆଠଟି ଚରଣ  ।ଦେଖାଯାଏ ତ ଏହି ସଂପୂର୍ଣ୍ଣ ବିଜ୍ଞାନ ହେଉଛି ଏକମାତ୍ର ଶବ୍ଦ: ଯୋଗ  । ଏହି ଆଠଟି ଅଙ୍ଗର କ୍ରମବଦ୍ଧ ବା ସୂତ୍ରବଦ୍ଧ ପାଳନ ହେଉଛି ଯୋଗ ବିଜ୍ଞାନ  । ଏହି ଆଠଟି ଅଙ୍ଗରା ପରସ୍ପର ସହିତ କ୍ରମବଦ୍ଧ ବା ସୂତ୍ରବଦ୍ଧ ପାଳନ ହେଉଛି ଯୋଗ ବିଜ୍ଞାନ  । ଏହି ଆଠଟି ଅଙ୍ଗରା ପରସ୍ପର ସହିତ ଗହନ ସମ୍ପର୍କ ରହିଛି  ।ଏହାର କ୍ରମକୁ ପରିବର୍ତ୍ତିତ କରାଯାଇ ପାରିବ ନାହିଁ  ।ଯେମିତି ସାଧାରଣ ଲୋକ ତୃତୀୟ ବା ଚତୁର୍ଥ ଅଙ୍ଗକୁ ପାଳନ କରିଥାନ୍ତି ,କିନ୍ତୁ ପ୍ରଥମ ଏବଂ ଦ୍ୱିତୀୟକୁ ଭୁଲି ପାଳନ କରନ୍ତି ନାହିଁ ,ଟା ସହିତ ଅନ୍ୟ ଅଙ୍ଗକୁ ମଧ୍ୟ ପାଳନ କରନ୍ତି ନାହିଁ  । ଯାହାକି ଆଠଟି ଅଙ୍ଗରା କ୍ରମବଦ୍ଧ ପାଳନ ହିଁ ଜୀବନର ପୂର୍ଣ୍ଣତା ପ୍ରାପ୍ତ ହୁଏ  ।

    ଯମ
    ଏହା ହେଉଛି ଯୋଗ ର ପ୍ରଥମ ଅଙ୍ଗ  । “ଯମ” ଆସକ୍ତି ଏବଂ କୁପ୍ରବୃତ୍ତିକୁ ନଷ୍ଟ କରିବା ପାଇଁ ଉପଯୁକ୍ତ ମାଧ୍ୟମ  । ମନୁଷ୍ୟର ଅନ୍ୟ ପ୍ରଣିମାନଙ୍କ ପ୍ରତି ବ୍ୟବହାର କେମିତିକା ତାହା ତାର ଚିତ୍ତ ଶୁଦ୍ଧତା ଉପରେ ନିର୍ଭର କରେ  । ଯୋଗରେ ଯମ ସଂଖ୍ୟା ହେଉଛି ପାଞ୍ଚ ଯଥା ଅହିଂସା ,ସତ୍ୟ,ଅସ୍ତେୟ ,ବ୍ରହ୍ମଚର୍ଯ ତଥା ଅପରିଗ୍ରହ  । ମନୁଷ୍ୟର ମନ ସର୍ବଦା ଚଞ୍ଚଳ ,କ୍ଷଣ କ୍ଷଣରେ ବଦଳି ଯାଏ  ।ଯମ ପାଳନର ଅର୍ଥ ହେଉଛି – ଆମ ଭିତରର ଶକ୍ତିକୁ ଜାଗ୍ରତ କରିବା ବା ମାର୍ଗଦର୍ଶନକରେଇବା  ।ଆମର ଅନ୍ତରଶକ୍ତି ହେଉଛି ସୀମିତ  । ଏହା ପୁଣି ବୃଦ୍ଧାବସ୍ଥାର ଆମନ୍ତ୍ରଣରେ କମି କମି ଆସେ  । ଯୋଗ ବିଜ୍ଞାନର ପାଳନ ଦ୍ୱାରା ମନୁଷ୍ୟ ନିଜର ଅନ୍ତରଶକ୍ତି କୁ ଉଦଜୀବିତ କରି ଏକ ଭଲ ଦିଗରେ ଉପଯୋଗ କରିବାକୁ ଚାହେଁ  ।

    ନିୟମ
    ଯୋଗର ଦ୍ୱିତୀୟ ଅଙ୍ଗ ବା ଚରଣ ହେଉଛି “ନିୟମ” । ସଦାଚାର ପାଳନ କରିବା ପାଇଁ ପାଞ୍ଚଟି ନିୟମ ଆବଶ୍ୟକତା ଅଛି  । ଯଥା-ଶୌଚ,ସନ୍ତୋଷ,ଟପା, ସ୍ୱାଧ୍ୟାୟ ଏବଂ ଇଶ୍ୱର ପ୍ରଣିଧାନ । ଏହି ନିୟମ ଗୁଡିକର ସାମପରକା କେବଳ ନିଜର ବ୍ୟକ୍ତିତ୍ୱ ବା ଅନ୍ତ?୍ଶୁଦ୍ଧିକରଣ ସହିତ ହୁଏ  । ଏହା ପାଳନକରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ଦିବ୍ୟତା ବା ଶୁଦ୍ଧି ଏବଂ ପବିତ୍ରତା ର ସୂତ୍ରପାତ ହୁଏ  ।ନିୟମର ଅର୍ଥ ଏହା ଯେ,ଏମିତିକା ଜୀବନ ଜିଇଁବା ଯେଉଥିରେ ଅବ୍ୟବସ୍ଥିତ ନଥିବା ,ଯେଉଁତିରେ ସୁନିଶ୍ଚିତ ଓ ଅନୁଶାସନ ଥିବ  ।

    ଆସନ
    ଯୋଗର ତୃତୀୟ ଚରଣ ହେଉଛି ଆସନ । ଆଜିର ସମାଜରେ ଯୋଗ ର ଏହି ଅଙ୍ଗ ସହିତ ସବୁ ଲୋକ ପରିଚିତ  । ସାଧାରଣ ଲୋକ ଶରୀରର କୌଣସି ବିଶେଷ ସ୍ଥିତି ବା ଆକୃତି କୁ ଆସନ ବୁଝନ୍ତି । କିନ୍ତୁ ପତାଞ୍ଜଳି ଏମିତି କୌଣସି ଆସନର ବର୍ଣ୍ଣନା କରିନାହାନ୍ତି,ଯାହାର ପ୍ରଚାଳନ ଆଜି ସର୍ବବିଦିତ  । ପତଞ୍ଜଳି ଆସନ ର ପରିଭଷା ଦେବାକୁ ଯାଇ କହିଛନ୍ତି,”ସ୍ଥିର ସୁଖମାସନମ”,ଅର୍ଥାତ ଯାହା ସ୍ଥିର ଏବଂ ସୁଖଦାୟୀ ତାହା ହେଉଛି ଆସନ  । ଶରୀରକୁ ଏମିତି ଏକ ସ୍ଥିତିରେ ସ୍ଥିର ଏବଂ ସୁଖଦାୟୀ ରଖାଯାଇ ପାରିବ ଯାହାକୁ ଆସନ କୁହାଯିବ  । ଆସନର ଏହି ଅନୁଭବ କେବଳ ସେଇ କରି ପାରିବ ଯିଏ ପ୍ରଥମ ଦୁଇଟି ଅଙ୍ଗ ଯମ ଏବଂ ନିୟମ ର ସଠିକ ପାଳନ କରିଥିବ  । ଯିଏ ସଂଯମ ଏବଂ ନିୟମିତାର ଜୀବନ ଜିଇଁଥିବ  । ଶସ୍ତ୍ର ମାନଙ୍କରେ ଆସନ ଅଭ୍ୟାସ ଏକ ବୈଜ୍ଞାନିକ ପଦ୍ଧତି ବୋଲି  ବର୍ଣ୍ଣନା କରା ଯାଇଛି  । ପ୍ରୟୋଗ ଦ୍ୱାରା ଏହା ମଧ୍ୟ ସିଦ୍ଧ ହୋଇ ସାରିଛି ଯେ ଆସନ ଦ୍ୱାରା ଶରୀର ଉପରେ ସକାରାତ୍ମକ ପ୍ରଭାବ ଅବଶ୍ୟ ପଡେ  ।

    ବୈଜ୍ଞାନିକମାନେ ଶରୀରର ବିଭିନ୍ନ ସ୍ଥିତି ଉପରେ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି ଯେ ଠିଆ ହେବା,ବସିବା,ଉପରକୁ ମୁହଁ କରି ସିଧା ଶୋଇବା ,ତଳକୁ ମୁହଁ କରି ସିଧା ଶୋଇବା ଅବସ୍ଥା ଦ୍ୱାରା ବ୍ୟକ୍ତିର ଚିତ୍ତ ପରିବର୍ତ୍ତନ ହୁଏ  । ଯାହାର ଚଞ୍ଚଳତା କୌଣସି ସ୍ଥିତିରେ କମ ଥିଲା ତ କୌଣସି ସ୍ଥିତିରେ ଅଧିକ ଥିଲା  । ଠିଆ ହୋଇଥିବା ଅବସ୍ଥାରେ ଚଞ୍ଚଳତା ସର୍ବାଧିକ ଥିଲା  । ବୈଜ୍ଞାନିକ ମାନେ ପରୀକ୍ଷା କରି ଜାଣିପାରିଛନ୍ତି ଯେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ମଧ୍ୟ ଆମ ଶରୀର ଉପରେ ପ୍ରଭାବ ପଡେ  । ପିରାମିଡ ଉପରେ ମଧ୍ୟ ପରୀକ୍ଷା କରି ଦେଖିଛନ୍ତି ଯେ ଏହାର ଏକ ସ୍ୱତନ୍ତ୍ର ଆକୃତି ପାଇଁ ଏକ ସ୍ୱତନ୍ତ୍ର ଊର୍ଜାଯୁକ୍ତ, ଯେମିତି ଏକ ମନ୍ଦିରର ଆକୃତି ତଳକୁ ଚଉଡା ଏବଂ ଉପରକୁ ଗୋଜିଆ  । ଏହା ପ୍ରକାର ଯୋଗ ରେ ମଧ୍ୟ ଯେଉଁ ପ୍ରକାର ଆସନ କରାଯାଏ ଯଥା- ସୁଖାସନ ,ପଦ୍ମାସାନା,ସିଦ୍ଧାସନ ଆଦି ମଧ୍ୟ ପିରାମିଡ ବା ମନ୍ଦିର ଭଳି ତଳକୁ ଚଉଡା ଏବଂ ଉପରକୁ ସାରୁ ବା ଅଣଚଉଡା  । ବୈଜ୍ଞାନିକମାନେ ଏହା ସିଦ୍ଧ କରିଛନ୍ତି ଯେ ଏହି ପ୍ରକାର ସ୍ଥିତିରେ ମନ ଚଞ୍ଚଳତା ରୁ ଶାନ୍ତ ହୋଇଯାଏ ଏବଂ ଶରୀର ଉପରେ ମଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଅଧିକ ପଡେ ନାହିଁ  ।

    ପ୍ରାଣାୟାମ
    ଯୋଗ ର ବୈଜ୍ଞାନିକ ପ୍ରକ୍ରିୟା ର ଚତୁର୍ଥ ଅଙ୍ଗ ହେଉଛି”ପ୍ରାଣାୟମ”  । ଆସନ ଦ୍ୱାରା ଯେତେବେଳେ ଆମ ଶରୀର ର ସୁଖୀ ବା ଶାନ୍ତ ଅବସ୍ଥା ଆସିଯାଏ ସେତେବେଳେ ନିଃଶ୍ୱାସକୁ ନିୟନ୍ତ୍ରଣ କରାଯାଇ ପାରେ  । ମାନସିକ ଏବଂ ଆଧ୍ୟାତ୍ମିକ ଉନ୍ନତି ସହିତ ଶାରୀରିକ ଉନ୍ନତି ପାଇଁ ମଧ୍ୟ ପ୍ରାଣାୟାମ ଏକ ବିଶେଷ ମହତ୍ତ୍ୱ ରଖେ  । ସାଧାରଣ ଅର୍ଥରେ ନିଃଶ୍ୱାସର ନିୟନ୍ତ୍ରଣକୁ ପ୍ରାଣାୟମ କୁହାଯାଏ  । ପ୍ରାଣାୟମ ଶବ୍ଦ ଦୁଇଟି ଶବ୍ଦର ମିଶ୍ରଣରେ ହୋଇଅଛି ,ଯଥା-ପ୍ରାଣ+ଆୟାମ  । ପ୍ରାଣର ଅର୍ଥ ହେଲା ଆମର ଜୀବନ ଶକ୍ତି ଏବଂ ଆୟମର ଅର୍ଥ ହେଲା ପ୍ରାଣଗତି ବା ବିସ୍ତାର ବା ଅଚୁକ ନିୟନ୍ତ୍ରଣ  ।

    ପ୍ରାଣର ଚଳପ୍ରଚଳ ହେବା ଦ୍ୱାରା ଚିତ୍ତ ମଧ୍ୟ ଚଳପ୍ରଚଳ ହୁଏ,ପ୍ରାଣର ନିଶ୍ଚଳ ହେବା ଦ୍ୱାରା ମନ ମଧ୍ୟ ସ୍ୱତଃ ନିଶ୍ଚଳ ବା ସ୍ଥାଣୁ ହୋଇଯାଏ  । ତେଣୁ ଯୋଗୀକୁ ନିଃଶ୍ୱାସ ଉପରେ ନିୟନ୍ତ୍ରଣ କରିବା ଉଚିତ ।

    ଏହିଭଳି କୁହାଯାଇ ପାରେ ଯେ ନିଃଶ୍ୱାସ ର ପ୍ରଭାବ ଚିତ୍ତର ସ୍ଥିତି ଉପରେ ପଡେ  । ପ୍ରୟୋଗ ଏବଂ ଅନୁଭବ ଦ୍ୱାରା ଦେଖାଯାଇଛି ଯେ ଯେମିତି କ୍ରୋଧରେ,କାମବାସନାରେ, ଭୟରେ ଏବଂ ଉଦବିଗ୍ନତା ଆଦି ମନୋଭାବରେ ନିଃଶ୍ୱାସର ଗତି ଭିନ୍ନ ଭିନ୍ନ ହୋଇଥାଏ  । ପ୍ରେମରେ,କରୁଣାରେ,ମୈତ୍ରୀରେ,ଭାବୁକତା ଆଦିରେ ଭାବାବେଗରେ ନିଃଶ୍ୱାସ ର ଗତି ଭିନ୍ନ ଭିନ୍ନ ହୋଇଥାଏ  । ମନର ଭବଦଶ । ଏବଂ ନିଃଶ୍ୱାସର ପ୍ରକ୍ରିୟା ମଧ୍ୟରେ ଗହଣା ସମ୍ବନ୍ଧ ଅଛି  । ମନର ଭବଦଶ । ବଦଳିବା ସହିତ ନିଃଶ୍ୱାସର ଗତି ତକôାଳ ପରିବର୍ତ୍ତିତ ତଥା ବା ପ୍ରଭାବିତ ହୁଏ  । ଯଦି ମନର ଭିନ୍ନ ଦଶାରେ ନିଃଶ୍ୱାସର ଗତି ପ୍ରଭାବିତ ହୋଇପାରେ,ତେବେ କଣ ସମ୍ଭବ ହୋଇ ପାରିବ ନାହିଁ ଯେ ଯଦି ନିଃଶ୍ୱାସ ଉପରେ ନିୟନ୍ତ୍ରଣ କରିନିଆଯାଏ ମନ ଏବଂ ତାର ପ୍ରବୃତ୍ତିକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ  ।ଏହା ସମ୍ଭବ ହୋଇ ପାରିବ ଯଦି ନିଃଶ୍ୱାସ କୁ ନିୟନ୍ତ୍ରଣାଧୀନ କରାଯିବ  । ଏଥିପାଇଁ ପ୍ରାଣାୟାମ ଯୋଗାଡ  ଏକ ମହତ୍ୱପୂର୍ଣ୍ଣ ଅଙ୍ଗ  ।

    ପ୍ରତ୍ୟାହାର
    ପ୍ରତ୍ୟାହାର ଯୋଗ ର ପଞ୍ଚମ ଅଙ୍ଗ  । ପ୍ରତ୍ୟାହାର ଦୁଇଟି ଶବ୍ଦ ର ମିଶ୍ରଣରେ ସୃଷ୍ଟି:ପ୍ରତ୍ୟ+ଆହାର  ।“ପ୍ରତ୍ୟ”ର ଅର୍ଥ ଇନ୍ଦ୍ରିୟଙ୍କର ଅଛି ଏବଂ “ଆହାର” ର ଅର୍ଥ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଭୋଗ କରାଯାଉଥିବା ବିଷୟ  । ଯୋଗ ସୂତ୍ରରେ ପ୍ରତ୍ୟାହାରର ପରିଭାଷା ଦେବାକୁ ଯାଇ କୁହାଯାଇଛି ଯେ ଇନ୍ଦ୍ରିୟଙ୍କର ବାହ୍ୟ ବୃତ୍ତିକୁ ଚତୁରପାରସ୍ୱରୁ ସଙ୍କୁଚିତ କରି ମନରେ ବିଲୀନ କରିବାର ଅଭ୍ୟାସର ନାମ ପ୍ରତ୍ୟାହାର  । ଇନ୍ଦ୍ରିୟମାନଙ୍କୁ ବିଷୟ ବାସନା ଆଡକୁ ଯିବାକୁ ନଦେବାକୁ ପ୍ରତ୍ୟାହାର କୁହାଯାଏ  । ଆମର ଇନ୍ଦ୍ରିୟମାନଙ୍କୁ ବାହ୍ୟ ଜଗତର ଆକର୍ଷଣ କରେ  । ତେଣୁ ଏହି ସବୁ ଆକର୍ଷଣରୁ ଇନ୍ଦ୍ରୀୟମାନଙ୍କୁ ନିୟନ୍ତ୍ରଣ କରିବା ବା ରୋକିବାକୁ ପ୍ରତ୍ୟାହାର କୁହାଯାଏ  । ପ୍ରତ୍ୟାହାରର ଅର୍ଥ ଆମର ଇନ୍ଦ୍ରିଯମାନେ ସଂସାରର ଭୋଗବିଳାସ ଆଡକୁ ଆକର୍ଷିତ ହେଉନାହିଁ ବା ବାହ୍ୟ ଜଗତକୁ ଆକର୍ଷିତ ନ ହୋଇ ନିଜ ଭିତରକୁ ପ୍ରତ୍ୟାବର୍ତ୍ତନ ହେଉଛି  ।ପ୍ରତ୍ୟାହାରରେ ଆମର ଇନ୍ଦ୍ରିଯମାନେ ଆମର ନିୟନ୍ତ୍ରଣାଧୀନ ହୋଇଥାନ୍ତି  ।

    ଧାରଣା
    ପ୍ରତ୍ୟାହାର ଦ୍ୱାରା ଯେବେ ଇନ୍ଦ୍ରିୟମାନ ଅନ୍ତର୍ମୁଖୀ ହୋଇଯାନ୍ତି ସେତେବେଳେ ଯୋଗ ର ଷଷ୍ଠ ଚରଣ “ଧାରଣା” ଆସେ  । ଚିତ୍ତର କୌଣସି ସ୍ଥାନ ବିଶେଷ ଯଥା- ନାଭି,ନାସିକାଗ୍ର ,ଭୁକୁଟି,ବ୍ରହ୍ମାରନ୍ଦ୍ର ,ଚନ୍ଦ୍ର,ତାରା ,ବୃକ୍ଷ,ମହମବତୀର ଜ୍ୱଳନ ଆଦି ଉପରେ ସ୍ଥିର ରଖିବାକୁ ଧାରଣା କୁହାଯାଏ  । କୌଣସି ନିର୍ଦ୍ଧିଷ୍ଟ ବିନ୍ଦୁ ଉପରେ ଏକାଗ୍ରତା ଆଣିବାକୁ ଧାରଣା କୁହାଯାଏ  । ଧାରଣାର ଅବୟସ ପାଇଁ ହିଁ  ମନ୍ଦିରର ନିର୍ମାଣ ହୋଇଥାଏ  । ଯଦି ଆମେ କୌଣସି ବିଷୟ ଉପରେ ଧ୍ୟାନ କରୁଛନ୍ତି ତ ତାହା ଧାରଣା  । ଅନ୍ୟ ଅର୍ଥରେ କହିଲେ “ଧାରଣା କରିବାର କ୍ଷମତା ହେଉଛି ଧାରଣା”  ।

    ମନରେ ଏକାଗ୍ରତା ଆଣିବା ଅନେକ କଠିନ କାମ । ଆମ ମନ ଭିତରକୁ ଦିନରେ ୬୦ ହଜାରରୁ ଉର୍ଦ୍ଧ୍ୱ ଭାବନା ଆସେ  । ଯଦି ଆମେ ମନରେ ଏକାଗ୍ରତା ଆଣିବାକୁ ଚାହାନ୍ତି ତେବେ ଏତେ ସହଜରେ ମନ ଆମ ଅକ୍ତିଆରକୁ ଆସେନାହିଁ । ଶେଠୀ ପାଇଁ ମନର ଏକାଗ୍ରତା ଆଣିବା ପାଇଁ ଧାରଣା ର ଅଭ୍ୟାସ କରିବା ଉଚିତ  ।କୌଣସି ନିର୍ଦ୍ଧିଷ୍ଟ ବିଚାରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ରଖିବା ବା ଧାରଣା କରି ରଖିବାକୁ “ଧାରଣା “ କୁହାଯାଏ  ।

    ଧ୍ୟାନ
    ଯୋଗ ର ସପ୍ତମ ଚରଣ ହେଉଛି ଧ୍ୟାନ  । ଧ୍ୟାନ ହେଉଛି ଅନାବଶ୍ୟକ କଳ୍ପନା ବା ବିଚାରକୁ ମନରୁ ବାହାର କରି ଶୁଦ୍ଧ ବା ନିର୍ମଲା ଏବଂ ମାଉନା ରହିବା  । ଯୋଗ ସୂତ୍ରରେ ଧ୍ୟାନର ପରିଭାଷା ଦେବାକୁ ଯାଇ କୁହାଯାଇଛି,”ଧାରଣାରେ ଚିତ୍ତ ଯେଉଁ ନିର୍ଦ୍ଧିଷ୍ଟ ବିନ୍ଦୁରେ ପହଞ୍ଚ? ଏବଂ ଯଦି ନିଶ୍ଚଳ ଭାବରେ ସେଇଠି ରାହିଜାଏ ବା ମଝିରେ ଅନ୍ୟ କୌଣସି ବୃତ୍ତି ଭିତରକୁ ପ୍ରବେଶ କରେନାହିଁ ସେହି ଅବସ୍ଥାକୁ ଧ୍ୟାନ କୁହାଯାଏ  ।“ଅର୍ଥାତ ଗୋଟିଏ ବିନ୍ଦୁରେ ସ୍ଥିର ହୋଇଥିବା ଧାରଣା ଯେବେ ସତତ ପ୍ରବାହିତ ହୁଏ ତାକୁ ଧ୍ୟାନ କୁହାଯାଏ  । ଧାରଣାରେ ଆମର ଯେଉଁ ବିନ୍ଦୁରେ ଏକାଗ୍ରତା ଆସିଥାଏ ଧ୍ୟାନରେ ତାହା ମଧ୍ୟ ଅପସରି ଯାଏ  । ଅଧିକାଂଶ ଲୋକ ବୁଝନ୍ତି ଯେ ଧ୍ୟାନର ନିର୍ଦ୍ଧିଷ୍ଟ ବିଧି ଠାୟେ,କିନ୍ତୁ ନା ବିଧି ଧାରଣାରେ ହୋଇପାରେ  ।ଧ୍ୟାନ ହେଉଛି ବିଚାର ବା କ୍ରିୟାମୁକ୍ତ ହୋଇଯିବା  । ଧୀରେ ଧୀରେ ଯେତେବେଳେ ଧ୍ୟାନ ଗଭୀର ହୋଇଯାଏ ବ୍ୟକ୍ତି ହିମାଚଳ ପରି ନିଶ୍ଚଳ ହୋଇଯାଏ  । ଧ୍ୟାନରେ ଇନ୍ଦ୍ରିୟମାନ ମନ ସହିତ ବିଲୀନ ହେବାକୁ ଲାଗନ୍ତି,ମନ ବୁଦ୍ଧି ସହିତ ବୁଦ୍ଧି ଆତ୍ମା ଭିତରେ ବିଲୀନ ହେବାକୁ ଲାଗେ  ।

    ଏପରି ବି ବୁଝାଯାଇପାରେ ଯେ ଯଦି ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତସ୍ଥଳରେ ମଧ୍ୟ ପଡେ,ଅନ୍ତସ୍ଥଳରେ କୌଣସି ସମସ୍ୟା ହେଲେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ  । ଯେମିତି ଯଦି କୌଣସି ବଡ ପୋଖରୀ ମଧ୍ୟକୁ ଏକ ପଥର ପକାଯାଏ ତାହା ଦ୍ୱାରା ଯେଉଁ ତରଙ୍ଗ ସୃଷ୍ଟି ହୁଏ , ସବୁ ତରଙ୍ଗ ଖେଳେଇ ହୋଇ ଆସି କୂଳରେ ଢକା ଖାଏ,ବେଳେବେଳେ ତାହା ସେଇ କେନ୍ଦ୍ରସ୍ଥଳକୁ ମଧ୍ୟ ଫେରିଆସେ  । ଠିକ ସେହିପରି ଯଦି ମଣିଷ ଶରୀରରେ କୌଣସି ରୋଗ ହୁଏ ତାହାର ପ୍ରଭାବ ଅନ୍ତଃସ୍ଥଳ,ମନ ଏବଂ ଆତ୍ମା ଉପରେ ପଡେ,ଯଦି ମନ ବା ଆତମାରେ କୌଣସି ପରିବର୍ତ୍ତନ ଆସେ ତାହାର ପ୍ରଭାବ ମଧ୍ୟ ଶରୀର ଉପରେ ପଡେ  । ଶରୀରରେ ଯେଉଁ ରୋଗ ହୁଏ ତାହା ତ ଔଷଧ ଦ୍ୱାରା ଭଲ ହୋଇଯାଏ କିନ୍ତୁ ଯାହା ଅନ୍ତଃକାରଣରେ ହୁଏ ତାହା ତ ଔଷଧ ଦ୍ୱାରା ଭଲ ହୋଇ ପାରିବ ନାହିଁ  । ପ୍ରକୃତିକ ଚିକିସôାର ଦଶଟି ମୂଳତତ୍ତ୍ୱ ମଧ୍ୟରୁ ଗୋଟିଏ ସିଦ୍ଧାନ୍ତ ହେଉଛି କୌଣସି ଚିକିସôା ଆତ୍ମା,ମନ ଏବଂ ଶରୀର ଉଭୟଙ୍କ ପାଇଁ ହେବା ଉଚିତ  । ସେତେବେଳେ ମନରେ ପ୍ରଶ୍ନ ଉଠେ ଯେ କାହା ଦ୍ୱାରା ଏପରି ଚିକିସôା କରାଯାଇ ପାରିବ  ।ତେଣୁ ଏପରି ଚିକିସôାର ଏକମାତ୍ର ଔଷଧ ହେଉଛି ଧ୍ୟାନ  । ତେଣୁ ଏଠାରେ କୁହାଯାଇ ପାରେ ଯେ ଯଦି ମଣିଷ ସଂପୂର୍ଣ୍ଣ ସୁସ୍ଥ ରହିବାକୁ ଚାହେଁ ତେବେ ଔଷଧ ସହିତ ଧ୍ୟାନ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଅଛି  ।

    ସମାଧି
    ସମାଧି ହେଉଛି ଯୋଗାଡ ଅଷ୍ଟମ ବା ସେସ ଅଙ୍ଗ  । ଯେତେବେଳେ ଯୋଗୀର ନିଜର ଅସ୍ତିତ୍ୱ ବାବଦରେ ମଧ୍ୟ ଜ୍ଞାନ ରହେନାହିଁ ସେହି ଅବସ୍ଥାକୁ “ସମାଧି” କୁହାଯାଏ  । ଅନ୍ୟ ଶବ୍ଦରେ କହିଲେ ଯେତେବେଳେ ଧ୍ୟାନର ଅନୁଭବ ଏତେ ଗଭୀର ହୋଇଯାଏ ଯେ ମଣିଷ ନିଜକୁ ସଂପୂର୍ଣ୍ଣ ଭୁଲିଯାଏ ସେହି ଅବସ୍ଥାକୁ ସମାଧି ଅବସ୍ଥା କୁହାଯାଏ  । ସମାଧି ଏପରି ଏକ ସ୍ଥିତି ଯେତେବେଳେ ସମସ୍ତ ବ୍ୟାଧିର ସମାଧାନ ହୋଇଯାଏ  । ସମାଧି ହେଉଛି ସଂପୂର୍ଣ୍ଣ ସ୍ୱାସ୍ଥ୍ୟ  ।

    ମସ୍ତିଷ୍କର ଗୋଟିଏ ଭାଗ ଭାବନାଯୁକ୍ତ ହୋଇଥିଲାବେଳେ ଅନ୍ୟ ଭଗତି ବୁଢୀ ବା ବିଚାରଯୁକ୍ତ ହୋଇଥାଏ  ।ଯେତେବେଳେ ଉଭୟଙ୍କ ମଧ୍ୟରେ ସନ୍ତୁଳନ ରହେନାହିଁ ସେତେବେଳେ ଆମ ବିଚାରଧାରାରେ ଭାବନାରେ ସାମଞ୍ଜସ୍ୟ ରହେନାହିଁ  । ଏହିପରି ମସ୍ତିସ୍କର କାର୍ଯ୍ୟରେ ସନ୍ତୁଳନ ନ ରହିବା ଦ୍ୱାରା ଆମେ ମାନସିକ କଷ୍ଟ ଅନୁଭବ କରୁ  । ସମାଧି ଅବସ୍ଥାରେ ଏସବୁର ସମାଧାନ ହୋଇଯାଏ ଏବଂ ଦିବ୍ୟ ଶକ୍ତି ବା ଜ୍ଞାନ ପ୍ରାପ୍ତି ହୋଇଥାଏ  ।

    ବିଜ୍ଞାନଗତ ଦୃଷ୍ଟିକୋଣରୁ ନୂତନ ଉଦ୍ଭାବନ ବା ପ୍ରମାଣ-ଯୋଗ-ଶାସ୍ତ୍ରକୁ ଆଧ୍ୟାତ୍ମିକ ଶାସ୍ତ୍ର ହେବା ସହିତ ମନୋବିଜ୍ଞାନ ଶାସ୍ତ୍ର ମଧ୍ୟ କୁହାଯାଇ ପାରେ,କାରଣ ଯୋଗ ଶାସ୍ତ୍ର ର ଆରମ୍ଭ ଚିତ୍ତବୃତ୍ତିର ଶୁଦ୍ଧିକରଣ ଦ୍ୱାରା ହିଁ ହୋଇଥାଏ  ।

    ଭାରତୀୟ ଦାର୍ଶନିକ ଚିନ୍ତାଧାରାରେ ଆରମ୍ଭରୁ ହିଁ ଏହି ଦିଗରେ ଅନୁଧ୍ୟାନ ହୋଇ ଆସୁଛି  । ପାଶ୍ଚାତ୍ୟ ମନୋବିଜ୍ଞାନୀମାନେ ମଧ୍ୟ ଏ ଦିଗରେ ପ୍ରଯନô ହେଲେଣି  । ପାଶ୍ଚାତ୍ୟ ମଣିବିଜ୍ଞାନୀମାନେ ଏବେ କେବଳ ଚେତନା ଏବଂ ଅବଚେତନା ମନ ଉପରେ ଅଧ୍ୟୟନ କରୁଛନ୍ତି  । ଏହା ଦ୍ୱାରା ମନର ଗହଣା ପରାସ୍ତ”ସୁପର ଚେତନା ଏବଂ ଅବଚେତନ ମନ ଉପରେ ଅଧ୍ୟୟନ କରୁଛନ୍ତି  । ଏହା ଦ୍ୱାରା ମନର ଗହଣା ପରାସ୍ତ “ସୁପର ଚେତନା ଏବଂ “ମନ ଉପରେ ଅଧ୍ୟୟନ କରିବା ଅପରିହାର୍ଜ୍ୟ  । ଯୋଗ ଏମିତି ଏକ ବିଜ୍ଞାନ ଯାହା ଅହଂକାଡର ମୂଳ ସମସ୍ୟା ସମାଧାନ କରି ଏକ ଅନ୍ତର୍ବିକାସିତ ଶକ୍ତିରେ ବିଲୟ କରିପାରେ  ।ଏହି ମହତ୍ୱପୂର୍ଣ୍ଣ ଅନ୍ତର୍ବିକଶିତ ଶକ୍ତି ବା ଚେତନା କୁ “ସୁପର ଚେତନା” କୁହାଯାଏ  । ସୁପର ଚେତନା କୁ ଈଶ୍ୱରଙ୍କ ର ସମତୂଲ୍ୟ କରାଯାଇପାରେ  । ଭାରତୀୟ ଦର୍ଶନରେ ଆୟନାତ୍ମା,ବ୍ରହ୍ମା ,ପ୍ରଜ୍ଞାନମ ବ୍ରହ୍ମା ,ଚିଦାନନ୍ଦଅହଂ,ତତ୍ୱମସି ଆଦିରେ ଯାହାକୁ ପରମାତ୍ମା ଭାବରେ ବର୍ଣ୍ଣନା କରାଯାଇଛି,ସେହି ଚେତନାକୁ ବିଜ୍ଞାନ ଭାଷାରେ “ସୁପର ଚେତନା” କୁହାଯାଇଛି  ।

    ପ୍ରାଚୀନ କାଳର ଏହି ଆଧ୍ୟାତ୍ମିକ ନିଷ୍କର୍ଷକୁ ଆଧୁନିକ ବିଜ୍ଞାନର ପ୍ରୟୋଗର କଷଟିରେ ପରୀକ୍ଷା କରି ସର୍ବଦା ସତ୍ୟ ପ୍ରମାଣିତ ହେଉଛି  । ଆଧ୍ୟାତ୍ମିକ ସତ୍ୟ ର ବୈଜ୍ଞାନିକ ପ୍ରମାଣିକତା ଉପରେ ଆଧାର କରି କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ଯୋଗ ଏକ ସର୍ବାଙ୍ଗୀନ ବିଜ୍ଞାନ ଏବଂ ଏହା ବର୍ତ୍ତମାନ ର ବିଜ୍ଞାନ ଠାରୁ ଉଚ୍ଚ ଏହା ନିଃସନେ୍ଦହ ଏବଂ ଏହାର ସାର୍ଥକ ଅନୁଶୀଳନ ଭାରତକୁ ପୁଣିଥରେ ବିଷବଗୁରୁ କରିବାରେ ସହାୟକ ହେବ  ।

    Maximum 500 characters

    Find Us on Facebook