Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଯୋଗ ଦିବସର ଇତିହାସ

    Share on :
    ajab-Image
    Date: Jun 18, 2022    Views: 2354

    ଭୁବନେଶ୍ୱର : ଯୋଗ ହେଉଛି ଆତ୍ମା ଓ ପରମାତ୍ମାର ମିଳନ  । ଏହା ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ  । ଏହା ମନ ଓ ଶରୀରର ଏକତାର ପ୍ରତୀକ ଅଟେ  । ପ୍ରାୟ ୬୦୦୦ ବର୍ଷ ପୂର୍ବେ ଭାରତରେ ଏହାର ଉପôତ୍ତି ହୋଇଥିବା ଅନୁମାନ କରାଯାଏ  । ଆନ୍ତର୍ଜାତୀୟ ସ୍ତରରେ ଏହାକୁ ପାଳନ କରିବା ପାଇଁ ମିଳିତ ଜାତିସଙ୍ଘ ଅଧିବେଶନରେ  ୨୦୧୪ ଡିସେମ୍ବର ୧୧ ତାରିଖରେ ଭାରତ ପ୍ରସ୍ତାବ ଦେଇଥିଲା  । ଯୋଗ ଦ୍ୱାରା ସ୍ୱାସ୍ଥ୍ୟଗତ ଲାଭ ସମସ୍ତେ ଗ୍ରହଣ କରିବା ଓ ଏହାକୁ ଦୈନିକ ନିଜ ଦିନଚର୍ଯ୍ୟାରେ ଅଂଶୀଭୂତ ପାଇଁ ଅନୁରୋଧ କରିବା ସହ ଭାରତ ଏହାକୁ ନିଜର ବୌଦ୍ଧିକ ସମ୍ପତ୍ତି ଦାବି କରେ ନାହିଁ ବୋଲି ସ୍ପଷ୍ଟ କରିଥିଲା  । ଏହାର ଲକ୍ଷ୍ୟ ଥିଲା  ଯୋଗର ମହତ୍ତ୍ୱକୁ ସମ୍ମାନ ଦେବା ଓ ବିଶ୍ୱର କୋଣ ଅନୁକୋଣରେ ପହଂଚାଇବା  । ଅଳ୍ପ କେତୋଟି ମୁସଲିମ ରାଷ୍ଟ୍ରକୁ ଛାଡିଲେ ପ୍ରାୟ ସମସ୍ତ ଦେଶ ଏହାକୁ ପାଳନ ଲାଗି ସମର୍ଥନ କରିଥିଲେ  । ଏହି ଅଧିବେଶନରେ ୧୭୭ ସଦସ୍ୟ ଜୁନ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ସଙ୍କଳ୍ପ ୯୦ ଦିନ ମଧ୍ୟରେ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲା  ।

    ଫଳରେ ସର୍ବପ୍ରଥମେ ୨୦୧୫ ଜୁନ ୨୧ରେ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଯାଇଥିଲା ଓ ଭାରତ ସରକାରଙ୍କ ଆୟୂଷ ମନ୍ତ୍ରଣାଳୟ ଦ୍ୱରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜଧାନୀ ନୂଆ ଦିଲ୍ଲୀର ରାଜପଥଠାରେ ୮୪ଟି ଦେଶର ୩୫,୯୮୫ ଜଣ ଅଂଶଗ୍ରହଣକାରୀ ଭାଗ ନେଇ ଦୁଇଟି ଗିନିଜ୍ ୱାଲର୍ଡ ରେକର୍ଡ ସ୍ଥାପନ କରିଥିଲେ  ।      

    Maximum 500 characters

    Find Us on Facebook