Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ଓ ମୋଦୀଙ୍କୁ ପ୍ରଶଂସା କରୁଥିବା ଗଣମାଧ୍ୟମ ସଂସ୍ଥା ଜନବିରୋଧି – ୟାସିର ନୱାଜ

    Share on :
    ajab-Image
    Date: Jan 25, 2022    Views: 4042

     
    ଭୁବନେଶ୍ୱର - ଇଣ୍ଡିଆ ଟୁଡେ” ପକ୍ଷରୁ କରାଯାଉଥିବା ମୁଡ୍ ଅଫଦି ନେସନ ସର୍ଭେ- ୨୦୨୨ରେ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବରେ ମାନ୍ୟତା ଦେବା ଘଟଣା ଓଡ଼ିଶାବାସୀଙ୍କୁ ବିସ୍ମିତ କରିଛି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି । ଓଡ଼ିଶାର ମାତ୍ର ୨,୭୪୩ ଜଣଙ୍କ ମତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରୁ ଜନପ୍ରିୟ ଭାବେ ପ୍ରଚାର କରାଯାଉଛି । ଦୀର୍ଘ ୨୧ ବର୍ଷର ଶାସନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ କ୍ଷେତ୍ରର ବିଫଳ ହେଲାପରେ “ଇଣ୍ଡିଆ ଟୁଡେ” ଭଳି ମର୍ଯ୍ୟାଦାଜନକ ଗଣମାଧ୍ୟମ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଦେଶରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଏକ ମିଥ୍ୟା ସମ୍ମାନ ଦେଉଛନ୍ତି ।  ନବୀନ ବାବୁଙ୍କ ଶାସନରେ ୨୧ ବର୍ଷ ଧରି ଯୁବକ, ଛାତ୍ର, •ଷୀ ଉପେକ୍ଷିତ ଓ ମହିଳା ଅତ୍ୟାଚାରିତ । ବେବିନା, ଇତିଶ୍ରୀ, କୁନ୍ଦୁଲି ଛାତ୍ରୀ ଠାରୁ ମମିତା ମେହେର ପର୍ଯ୍ୟନ୍ତ ବହୁ ନିରୀହ ମହିଳାଙ୍କର ହତ୍ୟା ଓ ବହୁମହିଳାଙ୍କ ଗଣଦୁଷ୍କର୍ମରେ ଶାସକ ଦଳର ବିଧାୟକ, ମନ୍ତ୍ରୀ ସଂପୃକ୍ତ ଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମା’କୁ ସମ୍ମାନ ଆହ୍ୱାନ ଏକ ପ୍ରହସନରେ ପରିଣତ ହୋଇଛି । ଓଡ଼ିଶାର ମହିଳାମାନେ ନବୀନବାବୁ ଉପରୁ ଭରସା ତୁଟାଇ ସାରିଥିବା ବେଳେ ନୀବନ ବାବୁଙ୍କ ଜନପ୍ରିୟ ମୁଖ୍ୟମନ୍ତ୍ରୀ କହିବା ଦୁଃଖଦାୟକ । ନବୀନ ବାବୁ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେବୋଲି ପ୍ରତିଶ୍ରୁତି ଦେଇଥିଲେ । ୨୧ ବର୍ଷରେ ୪୨ ଲକ୍ଷ ବଦଳରେ ୨ଲକ୍ଷ ନିଯୁକ୍ତି ଦେବାକୁ ସମର୍ଥ ହୋଇନାହାନ୍ତି । ଋଣ ଭାର ଓ ଫସଲହାନୀ କାରଣରୁ ଓଡ଼ିଶା ୨୧ ବର୍ଷରେ ୮ ହଜାର •ଷୀ ମୃତୁ୍ୟ, ୧ଲକ୍ଷ ୨୫ ହଜାର କୋଟି ଋଣ ଭାର, ସ୍ୱାସ୍ଥ୍ୟ ସେବାର ଦୁର୍ନୀତି ଓ ବିଫଳତା, ଓଡ଼ିଶା ସୀମା ସୁରକ୍ଷାରେ ଅପାରଗତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଉକôଟ ଦାରିଦ୍ର୍ୟ ଓ ବୋକରୀ, ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ଦାଦନ ସଂଖ୍ୟ ବୃଦ୍ଧି, ସରକାରୀ ଯୋଜନାରେ ବ୍ୟାପକ ହରିଲୁଟ ଏବଂ ବିଶେଷକରି ଭୋକିଲାଙ୍କ ସଂଖ୍ୟାବୃଦ୍ଧି ପ୍ରଭୃତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ବଦନାମ ହୋଇଛନ୍ତି । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟକରି “ଇଣ୍ଡିଆଟୁଡେ” ନବୀନ ପଟ୍ଟନାୟକଙ୍କୁ ଜନପ୍ରିୟ ମାନ୍ୟତା ଦେଉଛନ୍ତି । ବାସ୍ତବ ଚିତ୍ର ଏହିକିଯେ ଗତ ୩ବର୍ଷ ହେବ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଚିବସିଛନ୍ତି ଏବଂ କେତେ ଜଣ ଉଚ୍ଚପଦସ୍ଥ ସରକାରୀ କର୍ମ•ରୀ ସରକାର ଚଳାଉଛନ୍ତି । 
    ଅନ୍ୟପକ୍ଷରେ “ମର୍ନିଂ କନସଲ୍ଟ ପଲଟିକାଲ ଇଂଟେଲିଜେନ୍ସି”ନାମକ ଆମେରୀକୀୟ କମ୍ପାନୀ ମୋଦୀଙ୍କ ଆଦୃତିକୁ ଠିକ୍ ଭାବେ ତଉଲି ନାହାନ୍ତି । ବର୍ତମାନ ମୋଦି ଦେଶ ବିକୁଛନ୍ତି । ରେଳବାଇ, ଏୟାରପୋର୍ଟ, ଖଣି, ସରକାରୀ ଶିଳ୍ପ, ସାମରିକ ବିଭାଗ, ଏଲଆଇସି, ବ୍ୟାଙ୍କ୍, ବିମାନ ଓ ସାମୁଦି୍ରକ ବନ୍ଦର ପ୍ରଭୃତି ସମସ୍ତ ସରକାରୀ ସଂସ୍ଥାକୁ ବିକ୍ରି କରୁଥିବା ମୋଦିଙ୍କ ଆଦୃତି କଣ ତାହା ଉକ୍ତ ଆମେରିକୀୟ କମ୍ପାନୀ ତଉଲି ପାରିନାହାନ୍ତି । ଭାରତରେ କଳା କୃଷି ଆଇନ ଓ ୭୫୦ ଚାଷୀଙ୍କ ମୃତୁ୍ୟ, ଚାଷୀ ହତ୍ୟା,  ଅନିୟନ୍ତ୍ରିତ ତୈଳ ଓ ଗ୍ୟାସ ଦର ଏବଂ ବେଲଗାମ୍  ନିତ୍ୟ ବ୍ୟବହାର୍ଯ୍ୟ ଦର, ନୋଟ ବନ୍ଦୀ ବିଫଳତା ଓ ଋଣ ଭାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅପାରଗତା ଓ କୁଶାସନକୁ ପଦାରେ ପକାଇଛି । ମୋଦୀଙ୍କ ଶାସନରୁ ମୁକ୍ତି ପାଇବାପାଁଇ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । 
    ସୁତରାଂ ଭାରତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟେ ବିନାଶର କାରଣ । ଏଣୁ ଏମାନଙ୍କ ଗୁଣ ଚର୍ଚ୍ଚା କରିବା  ସଂସ୍ଥା ଜନସ୍ୱାର୍ଥ ବିରୋଧି ବୋଲି ନୱାଜ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook