Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସ୍ତଫା ଦେବେ ସି ଜିନପିଙ୍ଗ!ଜୋର ଧରିଛି ଚର୍ଚ୍ଚା

    Share on :
    ajab-Image
    Date: May 16, 2022    Views: 3195

    ନୂଆଦିଲ୍ଲୀ : ଇସ୍ତଫା ଦେବେ ଚୀନ ରାଷ୍ଟ୍ରପତି । ନିଜ ପଦରୁ ଇସ୍ତଫା ଦେବା ନେଇ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ କିଛି ଦିନ ହେବ ସେରିବ୍ରାଲ ଏନ୍ୟୁରିଜିମ୍ ରୋଗରେ ଆକ୍ରାନ୍ତ ଅଛନ୍ତି । ଏଥିପାଇଁ ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ରହିଛନ୍ତି । ସେସବୁକୁ ଦୃଶ୍ଟିରେ ରଖି ସେ ଆଉ ଏହି ପଦରେ ନରହି ପାରନ୍ତି ବୋଲି ଶୁଣିବାକୁ ମିଳିଛି ।
    କେବଳ ସେତିକି ନୁହେଁ ଚୀନରେ ଜିରୋ କୋଭିଡ୍ ମୁକାବିଲା ଏବଂ ଅର୍ଥନୀତି ପରିଚାଳନାରେ ବିଫଳ ହେବା ପରେ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି । କାରଣ ଜିନପିଙ୍ଗଙ୍କ ଉପରେ ସାରା ଦେଶବାସୀ ଏବେ ଖପ୍ପା ଅଛନ୍ତି । ଏହି ଦୁଇଟି ମୁଖ୍ୟ କାରଣରୁ ଜିନପିଙ୍ଗ୍ ହୁଏତ ଇସ୍ତଫା ଦେଇପାରନ୍ତି । ସୂଚନା ଥାଉକି, ଚୀନରେ ଏବେ କରୋନା ସ୍ଥିତି ସଂଗୀନ । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ ଭଳି ପରିସ୍ଥିତି ଲାଗି ରହିଛି ।

    ତେବେ କରୋନା ମୁକାବିଲା ପାଇଁ ଜିନପିଙ୍ଗ୍ ଜିରୋ କୋଭିଡ୍ ପଲିସି ନୀତି ଆପଣାଇଥିଲେ । କିନ୍ତୁ ହେଲେ କାମ ଦେଇନଥିଲା ଏହି ନୀତି । ଯେତେ ଯାହା କଲେ ବି କରୋନା କାବୁ ହେବା ବଦଳରେ ବଢିବାରେ ଲାଗିଛ । ଫଳରେ ସାରା ଦେଶରେ ତାଙ୍କର ଏହି ନୀତି ପାଇଁ ତାଙ୍କଉ ଖୁବ ସମାଲେଚନାର ଶିକାର ହେବାକୁ ପଡିଛି । ଏବେ ଅପେକ୍ଷା ଜିନପିଙ୍ଗ କଣ ନେବେ ତାଙ୍କର ଆଗାମୀ ପଦକ୍ଷେପ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook