Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବେଲଜିୟମ-ଜର୍ମାନୀ ଫାଇନାଲ

    Share on :
    ajab-Image
    Date: Jan 28, 2023    Views: 4394

    ଭୁବନେଶ୍ବର : ପୂର୍ବରୁ ଦୁଇଥର ଚମ୍ପିଆନ ହୋଇଥିବା ଜର୍ମାନୀ ଓ ଗତଥରର ଚମ୍ପିଆନ ବେଲଜିୟମ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ପଞ୍ଚଦଶତମ ସଂସ୍କରଣ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ଜର୍ମାନୀ ଅଷ୍ଟ୍ରେଲିଆକୁ ଓ ବେଲଜିୟମ ନେଦରଲାଣ୍ଡ୍‌ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଉଭୟ ଦଳ ମଧ୍ୟରେ ରବିବାର କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ। ଜର୍ମାନୀ ୫ଥର ଓ ବେଲଜିୟମ କ୍ରମାଗତ ଦ୍ବିିତୀୟ ଥର ପାଇଁ ଫାଇନାଲ ଖେଳିବ। ଉଭୟ ଦଳ ବିଶ୍ବକପର ଫାଇନାଲରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ଅନ୍ୟପକ୍ଷରେ ସେମିଫାଇନାଲରେ ପରାଜିତ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ଓ ୩ୟ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡସର ୪ର୍ଥ ବିଶ୍ବକପ ଟ୍ରଫି ଜିତିବା ସ୍ବପ୍ନ ଧୁଳିସାତ୍‌ ହୋଇଯାଇଛି। ଉଭୟ ଦଳ ୩ୟ ସ୍ଥାନ ପାଇଁ ମ୍ୟାଚ ଖେଳିବେ।
    ପ୍ରଥମ ସେମିଫାଇନାଲରେ ଜର୍ମାନୀ ଗୋଞ୍ଜାଲୋ ପିଲାଟ୍‌ଙ୍କ ହ୍ୟାଟ୍ରିକ୍‌ ବଳରେ ଅପ୍ରତ୍ୟାଶିତ ଭାବେ ୪-୩ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଖେଳ ଶେଷ ହେବାକୁ ଆଉ ମାତ୍ର ୬ ସେକେଣ୍ଡ ବାକି ଥିବାବେଳେ ନିକୋଲାସ ୱେଲେନ ଜର୍ମାନୀ ତରଫରୁ ୪ର୍ଥ ଦେଇ ଦଳକୁ ବିଜୟୀ କରାଇଥିଲେ। ଜର୍ମାନୀ ପୂର୍ବରୁ ୨୦୦୨ ଓ ୨୦୦୬ରେ ଚମ୍ପିଆନ ଓ ୧୯୮୨ ଓ ୨୦୧୦ରେ ରନର୍ସଅପ ହୋଇଥିଲା। ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚରେ ବିଶ୍ବର ଦୁଇ ନମ୍ବର ଦଳ ତଥା ଅଲିମ୍ପିକ୍‌ସ ଚମ୍ପିଆନ ବେଲଜିୟମ ପେନାଲ୍ଟି ସୁଟ୍‌ଆଉଟ୍‌ ୨-୨(୩-୨) ଗୋଲରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ଉଭୟ ଦଳ ମଧ୍ୟରେ ନିର୍ଦ୍ଧାରିତ ସମୟ ଖେଳ ୨-୨ ଗୋଲ ବରାବର ରହିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ଏଥିରେ ବେଲଜିୟମ ୩-୨ ଗୋଲରେ ବିଜୟୀ ହୋଇଥିଲା। ୨୦୧୮ ଫାଇନାଲରେ ବେଲଜିୟମ ପେନାଲ୍ଟି ସୁଟ୍‌ଆଉଟ୍‌ରେ ନେଦରଲାଣ୍ଡସକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook