Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

Hockey World Cup News

ମୁଖ୍ୟ ଖବର

    ହକି ବିଶ୍ୱକପ୍ : ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

    Share on :
    ajab-Image
    Date: Jan 2, 2023    Views: 2742

    ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ହକି ବିଶ୍ବକପ୍ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ଭଗୱନ୍ତ ମାନଙ୍କୁ ପ୍ରୀତିରଞ୍ଜନ ଘଡ଼ାଇ ଚଣ୍ଡିଗଡ଼ରେ ସାକ୍ଷାତ କରି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ।

    ଆସନ୍ତା ୧୩ ତାରିଖରୁ ୨୯ ତାରିଖ ପର୍ୟ୍ୟନ୍ତ ରାଉରକେଲା ଓ ଭୁବନେଶ୍ୱରରେ ହକି ବିଶ୍ବକପ୍‌ – ୨୦୨୩ ଖେଳାଯିବ । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନିମନ୍ତ୍ରଣ କରୁଛନ୍ତି ।

    ସେହିପରି ବିଶ୍ବକପ ହକି ପାଇଁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ ଜଣାଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ । ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତାମଙ୍ଗଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତୀ ଜଗନ୍ନାଥ ସାରକା । ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ନବ କିଶୋର ଦାସ ।

    Maximum 500 characters

    Hockey World Cup News View all

    Find Us on Facebook