Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏମିତି ବି ହୋଇପାରେ ସ୍ବାମୀ ସ୍ତ୍ରୀର ଝଗଡା :୬୫ କିଲୋମିଟର ଚାଲିବା ପରେ କନ୍ୟା ସନ୍ତାନ ଜନ୍ମ

    Share on :
    ajab-Image
    Date: May 16, 2022    Views: 3381

    ଅମରାବତୀ: ସ୍ବାମୀ ସ୍ତ୍ରୀର ଝଗଡା ବି ଏମିତି ହୋଇପାରେ । ଜାଣି ଆଶ୍ଚର୍ୟ୍ୟ ହେବେ ଜଣେ ଗର୍ଭବତୀ ମହିଳାଙ୍କ ସହ ତାଙ୍କ ସ୍ବାମୀ ପ୍ରତିଦିନ ଝଗଡା ଲାଗୁଥିଲେ । ସେଥିରୁ ମୁକ୍ତି ପାଇବା ପାଇଁ ୬୫ କିଲୋମିଟର ଚାଲି ଚାଲି ଯିବାପରେ ଏକ ସରକାରୀ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ମହିଳା ଜଣକ । ଏପରି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ । ମହିଳା ଜଣଙ୍କ ନାମ ହେଉଛି ଭାରଶିନି । ପାରିବାରିକ ତିକ୍ତତା ନେଇ ପ୍ରତିଦିନ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏଥିରେ ମହିଳାଙ୍କର ମାନସିକ ଅଶାନ୍ତି ବଢିଥିଲା ।
    ସେ ଏଥିରୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ବିଳମ୍ବିତ ରାତିରେ ଘରୁ ବାହାରି ଯାଇଥିଲେ । ୬୫ କିଲୋମିଟର ଯିବାପରେ ନାଇଡୁପେଟ୍ ଆରଟିସି ବସ୍ ଷ୍ଟାଣ୍ଡରେ ପହଞ୍ଚିଥିଲେ । ସେଠାରେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପାଇଁ ଗାଡିକୁ ଅଟକାଇଥିଲେ । ହେଲେ ଗାଡି ଅଟକାଇବାରେ ବିଫଳ ହୋଇଥିଲେ । ଏହାପରେ ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିଥିଲେ । ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ ।ଡାକ୍ତରଖାନରେ ପହଞ୍ଚି ଜଣେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମହିଳା ଜଣଙ୍କ । ଏବେ ଉଭୟ ମାଆ ଓ ପିଲା ସୁସ୍ଥ ଥିବା ଜଣପଡିଛି । ଉତ୍ତମ ଚିକିତ୍ସା ପାଇଁ ଶିଶୁକୁ ନେଲୋର ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି । ମହିଳା ଜଣଙ୍କ ମଧ୍ୟ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି । ଘଟଣା ନେଇ ଡାକ୍ତରଖାନା ଅଧିକାରୀ ପୋଲିସକୁ ସୂଚନା ଦେଇଛନ୍ତି । ମହିଳାଜଣକ ତାଙ୍କ ସ୍ବାମୀ ସହ ତିରୁପତିରେ ରୁହନ୍ତି । ତାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ । ପ୍ରତିଦିନ ଉଭୟଙ୍କ ମଧ୍ୟରେ ଝଗଡା ଲାଗୁଥିଲା । ପିଲାର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଘରୁ ପଳାଇ ଆସିଥିଲେ ଭାରଶିନି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook