Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶୀତଦିନିଆ ପୋଷାକର ଯତ୍ନ

    Share on :
    ajab-Image
    Date: Jan 28, 2022    Views: 2998

    ଚଳିତ ଥରର ଶୀତର ପ୍ରକୋପ ଦେଖି ସହଜରେ ଅନୁମାନ କରିହେଉଛି ଯେ ଆଗାମୀ ବର୍ଷ ମଧ୍ୟ ଶୀତର ଲହରୀ ଏଇପରି ରହିବ । ସବୁଠୁ ପ୍ରମୁଖ କଥା ହେଲା, ଆପଣ ଶୀତଦିନିଆ ଗରମ ପୋଷାକକୁ କିପରି ଭାବେ ସୁରକ୍ଷିତ ରଖିବେ?  ମାସେ ପରେ ଶୀତର ପ୍ରଭାବ କମିବ ।
    ନିୟମିତ ଭାବେ ପିନ୍ଧୁଥିବା ଜ୍ୟାକେଟ, ସ୍ୱେଟର, ସ୍କାର୍ଫ, ଶାଲକୁ ଖରାରେ କିଛି ସମୟ ଶୁଖାଇଦିଅନ୍ତିୁ । ପିନ୍ଧିବା ପୂର୍ବରୁ ଏହାକୁ ଭଲ ଭାବେ ଏକ ସଫା କପଡ଼ାରେ ପୋଛି ପିନ୍ଧିବା ଉଚିତ ।
    ଉଲରେ ତିଆରି ପଶମ ପୋଷାକକୁ ସବୁବେଳେ ଲିକ୍ୱିଡ ଲୁଗା ସଫାରେ ଧୋଇବା ଉଚିତ । ନଚେତ ପାଉଡର ବ୍ୟବହାର କଲେ ସେସବୁ ପୋଷକ ନଷ୍ଟ ହୋଇଯାଇଥାଏ ।
    ଶୀତଦିନେ ପରେ ଏସବୁ ପୋଷକକୁ ଭଲ ଭାବେ ସଫା କରି ଏକ ଆଟାଚି ନଚେତ ଆଲମାରି ରେ ସଫା କପଡ଼ାରେ ଗୁଡ଼ାଇ ରଖନ୍ତୁ । ଏପରି ରଖିଲେ ପୋଷାକରେ ପୋକ ଲାଗିବ ନାହିଁ ।
    ଗରମ ପାଣିରେ କେବେହେଲେ ଏହି ପୋଷାକକୁ ସଫା କରିବେ ନାହିଁ । ଶୀତଦିନିଆ ପୋଷାକରେ କୌଣସି ଦାଗ ଲାଗିଗଲେ ନଖ ଉଷୁମ ପାଣି ବ୍ୟବହାର ରକି ତାହା ଛଡ଼ାଇବା ଉଚିତ ।

    Maximum 500 characters

    ବିଶେଷ View all

    Find Us on Facebook