Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘୁ.ଉଦୟଗିରିରେ ହାଡ଼ଭଙ୍ଗା ଶୀତ

    Share on :
    ajab-Image
    Date: Dec 6, 2025    Views: 2958

    ଘୁ.ଉଦୟଗିରି: କିଛି ଦିନର ବ୍ୟବଧାନ ପରେ ପୁଣି ଘୁ.ଉଦୟଗିରି ଅଞ୍ଚଳକୁ ଫେରିଛି ହାଡ଼ଭଙ୍ଗା ଶୀତ। ପ୍ରବଳ ଜାଡ଼ରେ ଥରୁଛି ସାରା ଅଞ୍ଚଳ।ଜନଜୀବନ ଅସ୍ତବ୍ୟସ୍ତ। ଗତକାଲି ପାରଦ ୧୦.୪ଡିଗ୍ରି ଥିବା ବେଳେ ଆଜି ୫.୬ଡିଗ୍ରି ରେକର୍ଡ କରାଯାଇଛି।

    ପାରଦ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରେ ଶୀତ ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ଆଗାମୀ ଦିନରେ ତାପମାତ୍ରା ଆହୁରି ତଳ ମୁହାଁ ହେବା ଆଶଙ୍କା କରିଛି ପାଣିପାଗ ବିଭାଗ। ସଞ୍ଜ ନଇଁଲେ ତାପମାତ୍ରା ଖସିବା ସହ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ଼ ଆରମ୍ଭ ହୋଇଯାଉଛି।
    ଓଡ଼ିଶାର ଦାର୍ଜିଲିଂ ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ପାରଦ ତଳ ମୁହାଁ ହୋଇଛିକ୍ଷ ପାରତଦ ତଳମୁହାଁ ହେବା ଦ୍ବାରା ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନ ବ୍ୟବଧାନରେ ପୁଣିଥରେ ପାରଦ ତଳମୁହାଁ ହୋଇଛି। ଗତ ଗୁରୁବାର ପାରଦ ୯.୮ ଥିବା ବେଳେ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୦.୧ ଡିଗ୍ରିରେ ପହଞ୍ଚି ଥିବା ରେକର୍ଡ କରିଥିଲା କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ। ଫଳରେ ଏହାର ପ୍ରକୋପରେ ଶୀତ ବଢ଼ିବାରେ ଲାଗିଛି। ଲଘୁଚାପ, ଘୂର୍ଣ୍ଣିବଳୟ ଯୋଗୁ ବର୍ଷା ଏବଂ ପରବର୍ତ୍ତୀ ସମୟରେ ପାଗ ମେଘୁଆ କାରଣରୁ ଏକ ସପ୍ତାହ ହେଲା ଶୀତ କମିଯାଇ ଥିବା ବେଳେ କାଲି ଠାରୁ ହଠାତ ଅନୁଭୂତ ହୋଇଛି ଶୀତ। କୋହଲା ପବନରେ ଦେହ କାଲୁଆ ହୋଇ ଯାଇଥିବା ବେଳେ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଥିବା ବ୍ୟବସୀୟୀ, ଜଙ୍ଗଲ ଜାତ ସାମଗ୍ରୀ ସଂଗ୍ରହ କରି ପେଟ ପୋଷୁଥିବା ସ୍ଥାନୀୟ ଅଧିବାସୀ, ଅସହାୟ, କଚା ଘରେ ରହୁଥିବା ଲୋକଙ୍କ ପାଇଁ ପ୍ରବଳ ଶୀତ ବଢାଇ ଦେଇଛି ଚିନ୍ତା। ପୁଣି ଥରେ ଶୀତରୁ ରକ୍ଷା ପାଇବା ପାଇଁ ସକାଳ ଏବଂ ସନ୍ଧ୍ୟାରେ ରାସ୍ତାକଡ଼ରେ ନିଆଁ ପାଖରେ ବସିବା ଦେଖିବାକୁ ମିଳିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook