Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଟିନଙ୍କୁ ନେଇ ଏମିତି କହିଲା ୟୁକ୍ରେନ

    Share on :
    ajab-Image
    Date: May 16, 2022    Views: 3903

    କିବ୍: ୟୁକ୍ରେନ-ଋଷ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନର ଜଣେ ବରିଷ୍ଠ ସେନାଧିକାରୀ ମେଜର ଜେନେରାଲ କିରିଲୋ ବୁଡାନୋଭ ଦାବି କରିଛନ୍ତି ଯେ,ୠଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଉ ବେଶି ଦିନ କ୍ଷମତାରେ ରହିପାରିବେ ନାହିଁ । ଏକ ଗଣମାଧ୍ୟମକୁ ସାକ୍ଷାତକାର୍ ଦେଇ ବୁଡାନୋଭ କହିଛନ୍ତି, ପୁଟିନଙ୍କୁ ଗାଦିଚୁ୍ୟତ କରିବା ପ୍ରକ୍ରିୟା ଚାଲିଛି ଏବଂ ତାହାକୁ କେହି ଅଟକାଇ ପାରିବେ ନାହିଁ । ସେ ପୂର୍ବାନୁମାନ କରିଛନ୍ତି ଯେ, ଅଗଷ୍ଟ ମଧ୍ୟଭାଗରେ ଯୁଦ୍ଧ ଏକ ଗୁରୁତ୍ୱର୍ଣ୍ଣ ମୋଡ ନେବ ଏବଂ ବର୍ଷ ଶେଷ ସୁଦ୍ଧା ଯୁଦ୍ଧ ଶେଷ ହେବ । ଯଦି ଋଷିଆ ଯୁଦ୍ଧରେ ହାରେ ତେବେ ପୁଟିନ୍ ବିତାଡିତ ହେବେ ଏବଂ ଋଷ ଭୁଶୁଡିଯିବ । 

    ବୁଡାନୋଭା କହିଥିଲେ ଯେ ପୁଟିନଙ୍କୁ ବିଦା କରିବା ପ୍ରକ୍ରିୟା ଚାଲିଛି । ସେ ପୁଣି ଦାବି କରିଥିଲେ ଯେ, ଭ୍ଲାଦିମିର ପୁଟିନ୍ ଏବେ କ୍ୟାନସର୍ ପରି ଭୟଙ୍କର ରୋଗରେ ପୀଡିତ । ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ତାଙ୍କର ରହିଛି । ସେ ଅତ୍ୟନ୍ତ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଛନ୍ତି । ସେ ଇନ୍ଫର୍ମେସନ୍ ୱାର୍ର ଅଂଶସ୍ୱରୂପ ଏପରି ମିଥ୍ୟା ପ୍ରଚାର କରୁନାହାନ୍ତି କି ବୋଲି ପଚାରିବାରୁ ବୁଡାନୋଭ ତାହାକୁ ଅସ୍ୱୀକାର କରିଥିଲେ । ସୂଚନାଯୋଗ୍ୟ, ଅନେକ ପ୍ରମୁଖ ପଶ୍ଚିମ ଗଣମାଧ୍ୟମ ଋଷ ବାବଦରେ ଲଗାତର ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଛନ୍ତି ଏବଂ ଏଥିରେ ଉସôାହିତ ହୋଇ ୟୁକ୍ରେନର ନେତା ଓ ସାମରିକ ଅଧିକାରୀମାନେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook