Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିରାଟଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି

    Share on :
    ajab-Image
    Date: Jan 16, 2022    Views: 3522

    ଭୁବନେଶ୍ୱର: ଗତକାଲି ବିରାଟ କୋହଲି ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି  । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।  କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି  । ସେ କହିଛନ୍ତି ଏହା ବିରାଟ କୋହଲିଙ୍କ ବ୍ୟକ୍ତିଗତ ନିଷ୍ପତି  ।

    ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି  । ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି  । ବିସିସିଆଇ ତାଙ୍କର ବହୁ ସମ୍ମାନ କରେ  । ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ  । ସେ ଜଣେ ମହାନ ଖେଳାଳି ବୋଲି କହିଛନ୍ତି ଗାଙ୍ଗୁଲି  ।


    ଅନ୍ୟପଟେ, ବିରାଟ କୋହଲୀ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର  । ମହାନ କ୍ରିକେଟର ସଚିନ୍ ତେନ୍ଦୁକରଙ୍କଠାରୁ ଆରମ୍ଭ କରି ପ୍ରଜ୍ଞାନ ଓଝାଙ୍କ ପର୍ପ୍ୟନ୍ତ ଅନେକ ପୂର୍ବତନ ଖେଳାଳି ପ୍ରତିକ୍ରିୟା ରଖିଛନ୍ତି  ।

     

    Maximum 500 characters

    ଖେଳ ଖବର View all

    Find Us on Facebook