ମୁଖ୍ୟ ଖବର
ଭୁବନେଶ୍ୱର: ଯାଜପୁର ଟାଉନ ଥାନାର ଏଏସ୍ଆଇ ନନ୍ଦ କିଶୋର ଦାସ ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଏକ ପାନଦୋକାନୀଙ୍କଠାରୁ ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ପଏହା ଜମି ପାଇଁ ସେ ଆଇଓ ବା ତଦନ୍ତକାରୀ ଅଧିକାରୀ ଥିଲେ ।ପୂର୍ବରୁ ପାନଦୋକାନୀ ତାଙ୍କ ଜମିର ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଏସ୍ଆଇ ଜମି ସୀମା ନିର୍ଦ୍ଧାରଣ କରିଥିଲେ। କିନ୍ତୁ, ଯେଉଁ ଦୋକାନ ମାଲିକଙ୍କ ସହ ବିବାଦ ଚାଲିଥିଲା, ତାଙ୍କ ପଡ଼ୋଶୀ ସୀମା ନିର୍ଦ୍ଧାରଣ ପରେ ଜମି ଉପରେ ନିର୍ମିତ ସୀମା କାନ୍ଥକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏହା ଉପରେ, ଦୋକାନ ମାଲିକ ଯାଜପୁର ଟାଉନ୍ ଥାନା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
କିନ୍ତୁ, ତଦନ୍ତକାରୀ ଅଧିକାରୀ ଥିବା ଏଏସ୍ଆଇ ଦା ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହି ମାମଲାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଗରିବ ପାନ ଦୋକାନୀ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କ ରିବାରୁ, ଏଏସ୍ଆଇ ନନ୍ଦ କିଶୋର ଦାସ ୫,୦୦୦ ଟଙ୍କା ଲାଞ୍ଚ ନେବେ ବୋଲି କହିଥିଲେ । ଏ ଲାଞ୍ଚ ନ ଦେଲେ ଅସୁବିଧା ହେବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ କୌଣସି ଉପାୟ ନ ପାଇ, ପାନ ଦୋକାନ ମାଲିକ ରାଜ୍ୟ ଦୁର୍ନୀତି ନିବାରଣ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏ ଓଡ଼ିଶା ଭିଜିଲାନ୍ସର ଏକ ଦଳ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଏଏସ୍ଆଇଙ୍କୁ ଧରିଛନ୍ତି ।
ଅଭିଯୁକ୍ତ ନନ୍ଦ କିଶୋର ଦାସ ଏଏସ୍ଆଇଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଏହା ତିନୋଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରହିଛି ।
Comments ସମସ୍ତ ମତାମତ