Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନୂତନ ଉପରାଷ୍ଟ୍ରପତି ପଦ ନିମନ୍ତେ ହେଉଛି ଭୋଟ ଗ୍ରହଣ

    Share on :
    ajab-Image
    Date: Aug 6, 2022    Views: 3674

    ନୂଆଦିଲ୍ଲୀ : ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ । ନୂତନ ଉପରାଷ୍ଟ୍ରପତି ପଦ ନିମନ୍ତେ ଆଜି ଭୋଟ ଗ୍ରହଣ ହେଉଛି । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏ ସଂସଦ ଭବନରେ ଭୋଟ୍‍ ଗ୍ରହଣ ହେବାକୁ ଥିବା ବେଳେ ଏଥିରେ ଲୋକସଭା ଓ ରାଜ୍ୟସଭାର ମୋଟ ୭୮୮ଜଣ ସଦସ୍ୟ ନିଜର ମତ ସାବ୍ୟସ୍ତ କରିବେ । ଭୋଟ ଗ୍ରହଣ ପରେ ଏହାର ଗଣତି କରାଯାଇ ଫଳ ପ୍ରକାଶ ପାଇବ। ପରେ ଅଗଷ୍ଟ ୧୧ ତାରିଖରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।
    ଏହି ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ପକ୍ଷରୁ ଜଗଦୀପ ଧନଖଡ ଓ ମିଳିତ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ ଆଲ୍‌ଭା ପ୍ରାର୍ଥୀ ହୋଇଛନ୍ତି। ତେବେ ନିର୍ବାଚନରେ ଧନଖଡଙ୍କ ପଲ୍ଲା ଭାରି ରହିଛି। କାରଣ ତାଙ୍କ ପ୍ରତି ଏନଡିଏ ବ୍ୟତୀତ ୱାଇଏସ୍‌ଆରପି ଓ ବିଜେଡି ସମର୍ଥନ ଘୋଷଣା କରିଛନ୍ତି।
    ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ୟ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେଉଛି । ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ୨୩୩ ନିର୍ବାଚିତ ସାଂସଦ, ୧୨ଜଣ ମନୋନୀତ ସାଂସଦ ଏବଂ ଲୋକସଭାର ୫୪୩ ସାଂସଦ ଭୋଟ୍ ଦେଇପାରିବେ । ଅର୍ଥାତ୍ ଉପରାଷ୍ଟ୍ରପତି ନିର୍ବାଚନରେ ୭୮୮ଜଣ ସାଂସଦ ଭୋଟ୍ ଦେଇପାରିବେ । ଜାମ୍ମୁ କାଶ୍ମୀର ବିଧାନସଭା ବିଲୋପ ହେତୁ ବର୍ତ୍ତମାନ ଜାମ୍ମୁ କାଶ୍ମୀର କୋଟା ଅନ୍ତର୍ଗତ ଚାରିଟି ଆସନ ରାଜ୍ୟସଭାରେ ଖାଲି ରହିଛି ।
    ତ୍ରିପୁରାର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାଙ୍କ ଯୋଗୁଁ ଗୋଟିଏ ଆସନ ମଧ୍ୟ ଖାଲି ରହିଛି । ତେଣୁ ବର୍ତ୍ତମାନର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ମାତ୍ର ୨୮୮ ରହିଛି । ଏଥି ସହିତ ମନୋନୀତ ସାଂସଦଙ୍କ ତିନୋଟି ସିଟ୍ ମଧ୍ୟ ଖାଲି ରହିଛି । ଅନ୍ୟପଟେ ଏହିପରି, ଇଲେକ୍ଟୋରାଲ୍ କଲେଜରେ ମୋଟ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନ ୭୮୦ ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook