Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ କେଉଁ ସମୟରେ ଗୃହ ନିର୍ମାଣ କଲେ ଭଲ

    Share on :
    ajab-Image
    Date: Apr 20, 2022    Views: 4442

    ଗୃହ ନିର୍ମାଣ ପାଇଁ ଆମ ଶାସ୍ତ୍ରରେ କେତେକ ନିୟମ ରହିଛି । କେଉଁ ସମୟରେ ଗୃହ ନିର୍ମାଣ କଲେ ଶୁଭ, କେଉଁ ସମୟରେ ଗୃହ ନିର୍ମାଣ କଲେ ଅଶୁଭ ହୋଇଥାଏ, ସେନେଇ ଶାସ୍ତ୍ରରେ କେତେକ ଦିଗଦର୍ଶନ ଦିଆଯାଇଛି । ସାଧାରଣତଃ ଗୃହ ନିର୍ମାଣ କଲେ ବାସ୍ତୁଶାସ୍ତ୍ରକୁ ଅସୁରଣ କରାଯାଇଥାଏ । ବାସ୍ତୁଶାସ୍ତ୍ର  ଅନୁଯାୟୀ,ଶୁକ୍ଳ ପକ୍ଷରେ, ଶୁଦ୍ଧକାଳରେ ଯୁତ ଯାମିତ୍ର ବେଧ ରହିତ କାଳରେ, ତିନି ଉତରା, ରୋହିଣୀ, ଅନୁରାଧା, ହସ୍ତା, ଚିତ୍ରା, ସ୍ୱାତୀ, ଅଶ୍ୱିନୀ, ରେବତୀ, ମୃଗଶିରା ନକ୍ଷତ୍ରରେ ଓ ମେଷ , ମିଥୁନ, କର୍କଟ, ବିଛା ,କୁମ୍ଭ ମାସର , ବୁଧ-ଗୁରୁ -ଶୁକ୍ର ବାର ରେ ଗୃହାରମ୍ଭ କରିବା ପାଇଁ ପ୍ରଶସ୍ତ ସମୟ ଅଟେ  । ଶରଣ ପଞ୍ଚକ ନକ୍ଷତ୍ର ବର୍ଜନୀୟ । ବୃଷ, ସିଂହ, କୁମ୍ଭ ଲଗ୍ନରେ ଭୂମିପୂଜା କରଣୀୟ  ।
     
    ବାରମାସର ଗୃହାରମ୍ଭ ଫଳ -
    ମେଷ ମାସରେ ଗୃହାରମ୍ଭ କଲେ - ଧନ ସମ୍ପଦ ବୃଦ୍ଧି ହୁଏ 
    ବୃଷ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଅକାଳ ମୃତ୍ୟୁ ହୁଏ  
    ମିଥୁନ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଧନ ସଂପଦ ବୃଦ୍ଧି ହୁଏ 
    କର୍କଟ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଭୂସଂପଦ ବୃଦ୍ଧି ହୁଏ   
    ସିଂହ ମାସରେ ଗୃହାରମ୍ଭ କଲେ - କର୍ତ୍ତାର  ବହୁ କ୍ଷତି ସାଧନ ହୁଏ 
    କନ୍ୟା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ପତ୍ନୀ ବିୟୋଗ ହୋଇଥାଏ 
    ତୁଳା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ବହୁ ପତ୍ନୀ ହୁଏ 
    ବିଛା ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଧନ ସଂପଦ ବୃଦ୍ଧି ହୁଏ 
    ଧନୁ ମାସରେ ଗୃହାରମ୍ଭ କଲେ - ଚୋର ଭୟ ହୁଏ 
    ମକର ମାସରେ ଗୃହାରମ୍ଭ କଲେ - କର୍ତ୍ତାର ରୋଗ ଓ ଚୋର ଭୟ ବୃଦ୍ଧି ହୁଏ 
    କୁମ୍ଭ ମାସରେ ଗୃହାରମ୍ଭ କଲେ - ଧନ ଓ ସୁନା ବୃଦ୍ଧି ହୁଏ
    ମୀନ ମାସରେ ଗୃହାରମ୍ଭ କଲେ - କର୍ତ୍ତାର ଆକସ୍ମିକ ଭୟଜାତ ହୁଏ 
    କୃଷ୍ଣପକ୍ଷରେ ଗୃହାରମ୍ଭ କଲେ - ଚୋରଭୟ ହୁଏ 
    ବିଷନକ୍ଷତ୍ରରେ ଗୃହାରମ୍ଭ କଲେ - ପରିବେଶ ବିଷାକ୍ତ ହୁଏ 
     
    ପ୍ରସ୍ତୁତି : ରଶ୍ମୀତା ବେହେରା

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook