Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟୀକା ନେଇନଥିବା ଲୋକଙ୍କ ପାଇଁ ସତର୍କବାଣୀ, ଜାଣନ୍ତୁ କ’ଣ

    Share on :
    ajab-Image
    Date: Jan 24, 2022    Views: 5341

    ଜେନେଭା: ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟୀକାକରଣ କରିନାହାନ୍ତି, ସେମାନେ ଓମିକ୍ରନରେ ହୋଇପାରନ୍ତି ଗୁରୁତର । ଏନେଇ ଚେତାଇ ଦେଇଛନ୍ତି WHOର କୋରୋନା ଟେକ୍ନିକାଲ ମୁଖ୍ୟ ଡ. ମାରିଆ ୱାନ୍ କୋରଖୋଭ । ତେବେ ଏହି ସଂକ୍ରମଣ ଭୟଙ୍କର ରୂପ ମଧ୍ୟ ନେଇପାରେ ବୋଲି ସେ କହିଛନ୍ତି ।

    ସାଧାରଣତଃ ବୟସ୍କ, ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଓ ଯେଉଁମାନେ କୋରୋନା ଟିକା ନେଇ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏପରି ହୋଇପାରେ । ଓମିକ୍ରମ ଡେଲଟା ଠାରୁ କମ ଗୁରୁତର କିନ୍ତୁ ଏହାର ଅର୍ଥ ନୁହେଁ ଏହା ସମାନ୍ୟ ଅଟେ । ତେଣୁ ଏହାକୁ ରୋକିବାକୁ ହେଲେ ସମସ୍ତେ ଟୀକାକରଣ କରିବା ଉଚିତ ବୋଲି ସେ କହିଛନ୍ତି । ଏଥିସହ କୋଭିଡ ନିୟମକୁ ମଧ୍ୟ ମାନିବା ଆଶ୍ୟକତା ରହିଛି ।କୋରୋନା ଟୀକାକରଣ ଗୁରୁତର ରୋଗ ଓ ମୃତ୍ୟୁରୁ ରକ୍ଷା କରିଥାଏ । କିନ୍ତୁ ଏହା ସଂକ୍ରମଣ ରୋକିବାକୁ ସମ୍ପୂର୍ଣ୍ଣ ସକ୍ଷମ ନୁହେଁ । ତେଣୁ ନିଜେ ନିଜକୁ କୋରୋନା ସଂକ୍ରମଣରୁ ଦୂରେଇ ରଖନ୍ତୁ । ଏଥିପାଇଁ ସମସ୍ତେ ସାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବାକୁ କହିଛନ୍ତି WHOର କୋରୋନା ଟେକ୍ନିକାଲ ମୁଖ୍ୟ ।

    Maximum 500 characters

    ତାଜା ଖବର View all

    Find Us on Facebook