Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆମ ସମସ୍ୟା

ମୁଖ୍ୟ ଖବର

    ନକଆଉଟରେ ନେଦରଲାଣ୍ଡସ

    Share on :
    ajab-Image
    Date: Jun 19, 2021    Views: 3772

    ଆମଷ୍ଟରଡାମ: ନେଦରଲାଣ୍ଡସ ଚଳିତ ୟୁରୋ ୨୦୨୦ର ନକଆଉଟରେ ପ୍ରବେଶ କରିଛି । ଶୁକ୍ରବାର ନେଦରଲାଣ୍ଡସ ୨-୦ ଗୋଲରେ ଅଷ୍ଟି୍ରଆକୁ ହରାଇ ଲଗାତାର ଦ୍ୱିତୀୟ ବିଜୟ ସହ ଗ୍ରୁପ ସିର ଶୀର୍ଷରେ ରହି ପ୍ରିକ୍ୱାର୍ଟର ଫାଇନାଲ ସ୍ଥାନ ନିଶ୍ଚିତ କରିଛି । ମ୍ୟାଚରେ ୧୧ତମ ମିନିଟରେ ନେଦରଲାଣ୍ଡସକୁ ମିଳିଥିବା ପେନାଲଟିକୁ ମେମଫିସ ଡମଫ୍ରାଇସ ଗୋଲରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ । ୟୁକ୍ରେନ ବିପକ୍ଷ ୩-୨ ବିଜୟ ମ୍ୟାଚରେ ପ୍ରମୁଖ ଭୂମିକା ନେଇଥିବା ଦେଞ୍ଜେଲ ଡମଫ୍ରାଇଜ ଦ୍ୱିତୀୟାର୍ଦ୍ଧରେ ପ୍ରତିଯୋଗିତାରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ କରିବା ସହ ନେଦରଲାଣ୍ଡସକୁ ୨-୦ ରେ ଆଗୁଆ କରିଥିଲେ । ନେଦରଲାଣ୍ଡସ ଏବେ ୬ ପଏଣ୍ଟ ସହ ଗ୍ରୁପର ଶୀର୍ଷରେ ରହିଥିଲା ବେଳେ ଏହା ପଛକୁ ୟୁକ୍ରେନ ଓ ଅଷ୍ଟି୍ରଆ (୩ ପଏଣ୍ଟ) ଏବଂ ଦକ୍ଷିଣ ମାସେଡୋନିଆ (୦) ରହିଛନ୍ତି ।

     

    Maximum 500 characters

    ଆମ ସମସ୍ୟା View all

    Find Us on Facebook