Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚୀନ୍ ଉପରୁ ୧୦ପ୍ରତିଶତ ଟାରିଫ୍ କମାଇଲେ ଟ୍ରମ୍ପ

    Share on :
    ajab-Image
    Date: Oct 30, 2025    Views: 3623

    ନୂଆଦିଲ୍ଲୀ: ଜିନପିଙ୍ଗଙ୍କ ସହ ବୈଠକ ପରେ ୧୦ ପ୍ରତିଶତ ଟାରିଫ କମାଇଲେ ଟ୍ରମ୍ପ ।  ଦକ୍ଷିଣ କୋରିଆରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ସହ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ଫେଣ୍ଟାନିଲ୍ ସମ୍ବନ୍ଧୀୟ ଟାରିଫ୍ ୨୦ ପ୍ରତିଶତରୁ କମାଇ ୧୦ ପ୍ରତିଶତକୁ କରିବେ । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଗୁରୁବାର ବୁସାନରେ ମୁହାଁମୁହିଁ ଭାବେ ସାକ୍ଷାତ କରିଛନ୍ତି । ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି ।  
    ଟ୍ରମ୍ପ ଆହୁରି କହିଛନ୍ତି ଯେ ଚୀନ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ବିବାଦ ସମାଧାନ ହୋଇଛି ।  ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ କରିବେ । ଜିନପିଙ୍ଗ୍ ସହିତ ତାଙ୍କ ବୈଠକକୁ ବଡ଼ ସଫଳତା ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ ୨୦୨୬ ଏପ୍ରିଲରେ ଚୀନ ଗସ୍ତ କରିବେ ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି । ଗୁରୁବାର ଦୁଇ ନେତା ବୁସାନରେ ସାକ୍ଷାତ କରିବା ସମୟରେ ହାତ ମିଳାଇଥିଲେ ଏବଂ ହସିଥିଲେ, ଏବଂ କ୍ୟାମେରା ଆଗରେ ପୋଜ୍ ଦେଇଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook