Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ICSE 10TH

ମୁଖ୍ୟ ଖବର

    ତ୍ରିରଙ୍ଗା ପତାକାର ଇତିହାସ ଜାଣନ୍ତୁ

    Share on :
    ajab-Image
    Date: Aug 8, 2022    Views: 2261

    ଭୁବନେଶ୍ୱର : ଆମ ଜାତୀୟ ପତାକା ତ୍ରିରଙ୍ଗା  । ଏହା ବହୁ ବିଭିନ୍ନତା ଭିତରେବି ଜାତି-ଧର୍ମ-ବର୍ଣ୍ଣ-ନିର୍ବିଶେଷରେ ସମସ୍ତ ଭାରତୀୟଙ୍କୁ ଏକତାର ପ୍ରଗାଢ଼ ବନ୍ଧନରେ ବାନ୍ଧି ରଖିଛି  । ୧୮୫୭ ମସିହାରେ ଘଟିଥିବା ସିପାହୀ ବିଦ୍ରୋହ ଥିଲା ପରାଧୀନ ଭାତରର ବୀର ସୈନିକମାନଙ୍କର ବିଦେଶୀ ଇଂରେଜ ଶାସକଙ୍କ ବିରୋଧରେ ପ୍ରଥମ ବିଦ୍ରୋହର  ବଜ୍ରଧ୍ୱନି  । ଏହି ମହାସଂଗ୍ରାମରେ ଯୋଗ ଦେଇଥିବା ଭିନ୍ନ ଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ପତାକାକୁ ପ୍ରତୀକ ରୂପେ ଗ୍ରହଣ କରାଯାଇ ଲଢ଼ାଯାଇଥିଲା  । ଏହି ଜାତୀୟତାବୋଧରୁ ଜନ୍ମ ନେଇଥିଲା ଏକ ଜାତୀୟ ପତାକାର ପରିକଳ୍ପନାର ପ୍ରୟାସ  । ସମଗ୍ର ଭାରତ ବର୍ଷର ସମସ୍ତ ଭାରତୀୟଙ୍କୁ ଗୋଟିଏ ଜାତୀୟ ଧ୍ୱଜାତଳେ ଏକାଠି କରିବା ହିଁ ଥିଲା ଏହି ପ୍ରୟାସର ମୂଳ ଉଦେ୍ଧଶ୍ୟ  । ଗୋଟିଏ ଦେଶ ପାଇଁ ଗୋଟିଏ ଧ୍ୱଜା  । ଏହା ସ୍ୱାମୀ ବିବେକାନନ୍ଦଙ୍କର ପରିକଳ୍ପନା ଥିଲା  । ତାଙ୍କର ଏହି ଅନ୍ତରତମ ଭାବକୁ ସ୍ୱରୂପ ଦେଇଥିଲେ ତାଙ୍କର ପି୍ରୟ ଶିଷ୍ୟା ଭଗିନୀ ନିବେଦିତା  । ଏହି ପତାକାର ସ୍ୱରୂପ ପ୍ରକଟ ହୋଇଥିଲା ୧୯୦୫ ମସିହାରେ  । ଯଦିଓ ଏହା ସର୍ବଭାରତୀୟ ସ୍ତରରେ ଜାତୀୟ ଧ୍ୱଜାର ଲୋକପି୍ରୟତା ଅର୍ଜନ କରିପାରିନଥିଲା, ତଥାପି ଏହା ଥିଲା ଏ ଦିଗରେ ପ୍ରଥମ ପ୍ରୟାସ  । ସର୍ବପ୍ରଥମେ ୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାରେ ଆୟୋଜିତ ଏକ ବିଶାଳ ସମାବେଶରେ ତି୍ରରଙ୍ଗା ପତାକା ଉଡ଼ାଯାଇଥିଲା  ।

    ତା'ପରେ ୨୬ଡିସେମ୍ବର ୧୯୦୬ ମସିହାରେ କଲିକତାରେ ଅନୁଷ୍ଠିତ ସପ୍ତମ କଂଗ୍ରେସ ଅଧିବେଶନରେ ମଧ୍ୟ ଏହି ଝଣ୍ଡା ଉଡ଼ାଯାଇଥିଲା  । ଜର୍ମାନୀରେ ଆୟୋଜିତ ଦ୍ୱିତୀୟ ଆନ୍ତରାଷ୍ଟ୍ରୀୟ ସୋସାଲିଷ୍ଟ କଂଗ୍ରେସରେ ମାଡା ବୀରବାଇଜୀ ରୁସ୍ତମ କେ.ଆର କାମା ସବୁଜ, ସୁନେଲୀ ଆଉ ଲାଲ ରଙ୍ଗର ତି୍ରରଙ୍ଗା ଉଡ଼ାଇ ଥିଲେ  । ୧୯୦୮ ମସିହା ନଭେମ୍ବର ୨୪ ତାରିଖରେ ଇଣ୍ଡିଆ ହାଉସର ଏକ ସଭାରେ ସୁନେଲି ରଙ୍ଗର ଏକ ରେଶମୀ ପତାକା ପ୍ରଦର୍ଶନ କରାଯାଇଥିଲା  । ୧୯୦୯ ମସିହାରେ ଭଗିନୀ ନିବେଦିତା ରାଷ୍ଟ୍ରୀୟ ଧ୍ୱଜାର ପରିକଳ୍ପନାରୁ ତାଙ୍କର ଲେଖା ମାଧ୍ୟମରେ ରୂପାୟିତ କରିଥିଲେ  । ଏଥିରେ ଭାରତୀୟ ଆତ୍ମଶକ୍ତି ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତୀକ ଭାବେ ପଦ୍ମଫୁଲ ଏବଂ ବଜ ଅଙ୍କିତ ଥିଲା  । ଏହି କ୍ରମରେ ୧୯୧୬ ମସିହାରେ ଡଃ ଆନିବେଶାନ୍ତଙ୍କ ନେତୃତ୍ୱରେ ସ୍ଥାପିତ ହୋମରୁଲ ଲିଗ ମଧ୍ୟ ଏକ ପତାକା ପ୍ରସ୍ତୁତ କରିଥିଲେ  । ୧୯୧୭ ମସିହାରେ କୋୟୋମ୍ବାଟୁରରେ ନଜର ବନ୍ଦୀ ଥିବା ସମୟରେ ୪୮ ଫୁଟ ଉଚ୍ଚ ଖମ୍ବରେ ଝଣ୍ଡା ଉଡ଼ାଇ ସେ ଭାରତୀୟ ସ୍ୱତନ୍ତ୍ରତାର ପ୍ରତୀକକୁ ସମ୍ମାନ ଦେଇଥିଲେ  । ୧୯୨୧ ମସିହାରେ ବିଜୟୱାଡାଠାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ବୈଠକରେ ବାପୁଜୀ ଦେଶର ଏକତା ଏବଂ ଉଦେ୍ଧଶ୍ୟକୁ ଧ୍ୟାନରେ ରଖି ଧଳା, ସବୁଜ ଓ ଲାଲରଙ୍ଗକୁ ପତାକାରେ ରଙ୍ଗ ଭାବେ ବାଛିଥିଲେ । ଅହମଦାବାଦ କଂଗ୍ରେସ ଅଧିବେଶନରେ ପ୍ରଥମ କରି ଏହି ପତାକା ଉଡ଼ାଯାଇଥିଲା  । ଏହି ପତାକାର ମଧ୍ୟ ଭାଗରେ ସ୍ୱାବଲମ୍ବନଶୀଳତାର ପ୍ରତୀକ ଭାବରେ ଚରଖା ଚିହ୍ନ ଅଙ୍କିତ କରାଯାଇଥିଲା  । ପ୍ରଖ୍ୟାତ ସ୍ୱାଧୀନତା ସେନାପତି ଶ୍ୟାମଲାଲ ଗୁପ୍ତ କାନପୁରଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ତି୍ରରଙ୍ଗା ପତାକାର ଗୌରବ ବର୍ଣ୍ଣନା କରି ଭାବ ଗମ୍ଭୀର କଣ୍ଠରେ ଗାନ କରିଥିଲେ  । ୧୯୩୧ ମସିହା ଅପ୍ରେଲ ୨ ତାରିଖରେ କରାଚି କଂଗ୍ରେସରେ ପତାକା ସମିତି କରାଯାଇଥିଲା  ।

    ଏହି ଅନୁସାରେ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପତାକାର ଉଦୟ ହେଲା  । ଏହି ପତାକାର ଉପର ଅଂଶରେ କେଶରୀ ରଙ୍ଗ, ମଧ୍ୟ ଭାଗରେ ଧଳା ରଙ୍ଗ, ତଳ ଅଂଶରେ ସବୁଜ ରଙ୍ଗ ଏବଂ ପତାକାର ଧଳା ଅଂଶରେ ମଧ୍ୟ ଭାଗରେ ଗାଢ଼ ନୀଳ ରଙ୍ଗର ଚରଖା ଚିହ୍ନ ଅଙ୍କିତ କରାଯାଇଥିଲା  । ୧୯୩୧ ମସିହା ଅଗଷ୍ଟ ୩୦ ତାରିଖରେ ନୂତନ ପତାକା ଉଡ଼ାଯାଇଥିଲା ଏବଂ ଏହି ଦିନଟିକୁ ସମଗ୍ର ରାଷ୍ଟ୍ର ଝଣ୍ଡା ଦିବସ ଭାବରେ ପାଳନ କଲା  । ୧୯୪୭ ଜୁନ ୨୩ ତାରିଖରେ ରାଷ୍ଟ୍ରୀୟ ଧ୍ୱଜା ସମ୍ପର୍କରେ ବିଚାର ବିମର୍ଷ ପାଇଁ ଏକ କମିଟି ଗଠନ କରାଗଲା ଏବଂ ତଦନୁସାରେ ପତାକାର ରଙ୍ଗ, ଆକାର ପ୍ରତୀକ ସ୍ଥିର କରାଯାଇଥିଲା  । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ୧୦.୩୦ ମିନିଟ ସମୟରେ ଭାଇସରାୟଙ୍କ ଭବନ ଉପରେ ୧୬ ଅଗଷ୍ଟ ୧୯୪୭ ମସିହା ୮ଟା ୩୦ ମିନିଟ ସମୟରେ ଲାଲକିଲ୍ଲାର ପ୍ରାଚୀର ଉପରେ ଏହାକୁ ଉଡ଼ାଯାଇଥିଲା  । ୧୯୫୦ ମସିହାର ଜାନୁଆରୀ ୨୬ ତାରିଖରେ ଭାଇସରାୟ ଭବନକୁ ରାଷ୍ଟ୍ରପତି ଭବନ ରୂପେ ନୂତନ ଭାବେ ନାମକରଣ କରାଗଲା  ।

    Maximum 500 characters

    ICSE 10TH View all

    Find Us on Facebook