Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ତ୍ରିପୁରା ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ୪୮ ପ୍ରାର୍ଥୀଙ୍କ ତାଲିକା

    Share on :
    ajab-Image
    Date: Jan 28, 2023    Views: 2792

    ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ବିଜେପି ୬୦ ଆସନ ମଧ୍ୟରୁ ୪୮ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ବୋରଦବଲି ସିଟରୁ ପ୍ରାର୍ଥୀ କରିଛି ଦଳ । ଉପମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବବର୍ମା ଚରିଲିସ ଆସନରୁ ନିର୍ବାଚନ ଲଢିବେ । କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୌମିକ ଧନପୁର ଆସନରୁ ନିର୍ବାଚନ ଲଢିବେ । ବିଜେପି ଜାରି କରିଥିବା ପ୍ରଥମ ପର୍ୟ୍ୟାୟ ତାଲିକାରେ ୪୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୧ ମହିଳାଙ୍କ ନାଁ ସାମିଲ ରହିଛି । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଆସନ୍ତା ମାସ ୧୬ ତାରିଖରେ ମତଗ୍ରହଣ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ୩୦ ଜାନୁଆରୀ ରହିଛି । ଭୋଟର ଗଣତି ମାର୍ଚ୍ଚ ୨ରେ ହେବ ।

    ତ୍ରିପୁରାରେ ସିପିଏମର ୨୫ ବର୍ଷର ସରକାରକୁ ପରାସ୍ତ କରି ବିଜେପି ୨୦୧୮ରେ କ୍ଷମତାକୁ ଆସିଥିଲା । ପ୍ରଥମ ଥର ପାଇଁ ବିଜେପି ଏହି ରାଜ୍ୟରେ ନିଜର ସରକାର ଗଠନ କରିଥିଲା । ଗତ ନିର୍ବାଚନରେ ୬୦ ଆସନରୁ ୩୬ ଆସନ ହାତେଇଥିଲା । ଶୁକ୍ରବାର ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ବସିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook