Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପିଟିଦେଲା ଟ୍ରେନ, ଚାଲିଗଲା ୩ ହାତୀଙ୍କ ଜୀବନ

    Share on :
    ajab-Image
    Date: May 20, 2022    Views: 3978

    ଚମ୍ପୁଆ:  ଟ୍ରେନ ଧକ୍କାରେ ୩ ହାତୀଙ୍କ ମୃତୁ୍ୟ ହୋଇଛି । ଏହି ଅଭାବନୀୟ ଘଟଣା ଗତକାଲି ସନ୍ଧ୍ୟା  ସମୟରେ କେନ୍ଦୁଝର ଜିଲ୍ଲାର ଯୋଡା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଘଟିଯାଇଛି । ଏଥିରେ ଗୋଟିଏ ମାଇ ହାତୀ ସମେତ ୨ ଛୁଆ ହାତୀ ଗୁରୁତର ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତୁ୍ୟ ହୋଇଥିଲା । ଆଜି ସକାଳୁ ଆଉ ଏକ ଛୁଆ ହାତୀ ଓ ଏକ ମାଇ ହାତୀର ମୃତୁ୍ୟ ହୋଇଛି ।

    ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା  ସମୟରେ  ଏକ ୧୯ ଟିକିଆ ହାତୀପଲ କେନ୍ଦୁଝର ଜିଲ୍ଲାର ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ରେଳ ଧାରଣା ପାରି ହେଉଥିଲେ  । ଏହି ସମୟରେ  ବାଂଶପାଣୀ-ଜୁରୁଡ଼ି ରେଳପଥର ୪୦୪ ନମ୍ବର ପିଲାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ହାତୀପଲଙ୍କୁ ଧକ୍କା ଦେଇଥିଲା  ।
    ଫଳରେ ଟ୍ରେନ୍ ଧକ୍କାରେ ଗୋଟିଏ ମାଈ ହାତୀ ସହ ଦୁଇଟି ହାତୀଛୁଆ ଗୁରୁତର ଆହତ ହୋଇଥିଲେ  । ଘଟଣା ଜଣାପଡିବା ପରେ ବନ ବିଭାଗର ଅଧିକାରୀ ଓ ରେଲୱେର ରେସକୁ୍ୟ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ । ତେବେ ଅନ୍ୟ ହାତୀମାନେ ଆହତ ହାତୀମାନଙ୍କୁ ଘେରି ରହିଥିବାରୁ ଚିକିସôା ଆରମ୍ଭରେ ବିଳମ୍ବ ହେଲା ।   ଚିକିସôା ଚାଲିଥିଲାବେଳେ ଗତ ରାତିରେ ଗୋଟିଏ ଛୁଆ ହାତୀର ମୃତୁ୍ୟ ହୋଇଥିଲା  । ଆଜି ଭୋରରୁ  ମାଇ ହାତୀ ଓ ଆଉ ଏକ ଛୁଆ ହାତୀର ମୃତୁ୍ୟ ହୋଇଛି  । ଏ ଦୁର୍ଘଟଣାକୁ ନେଇ ରେଲୱେ  କିମ୍ବା ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି  । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook