Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହିଳା କନେଷ୍ଟବଳଙ୍କ ମହାନତା

    Share on :
    ajab-Image
    Date: May 21, 2022    Views: 3336

     ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳେ । ଶୁକ୍ରବାର ଅପରାହ୍ନ ସାଢେ ଗୋଟାଏ ଡିଏମ୍ ସ୍କୁଲ୍ ନିକଟ ରାସ୍ତା ଫୁଟପାଥରେ ଚାଲି ଚାଲି ଯାଉଥିଲେ ଜଣେ ବୃଦ୍ଧ । ପ୍ରଖର ଖରାରେ ରାସ୍ତାରେ ଚାଲି ଚାଲି ଯିବା ବଡ କଷ୍ଟକର ଥିଲା । ବୃଦ୍ଧ ଜଣଙ୍କ ଯିବା ସମୟରେ ହଠାତ୍ ରାସ୍ତା କଡରେ ପଡି ଯାଇଥିଲେ । ସେହି ରାସ୍ତା ଦେଇ ସହସହ ଲୋକ ଯାତାୟତ କରୁଥାନ୍ତି କିନ୍ତୁ କାହାରି ନଜର ପଡି ନ ଥିଲା । କିନ୍ତୁ ସେଠାରେ ନିୟୋଜିତ ଥିବା ଟ୍ରାଫିକ୍ ପୁଲିସ ଉର୍ମିଳା ସ୍ୱାଇଁଙ୍କ ନଜର ପଡିଥିଲା ବୃଦ୍ଧଙ୍କ ଉପରେ ।

    ଡୁ୍ୟଟିରେ ଥିବା ସମୟରେ ବୃଦ୍ଧଙ୍କ ଜୀବନ ବଞ୍ଚାଇବାକୁ ଗୁରୁତ ଦେଇଥିଲେ । ସଙ୍ଗେ ସଙ୍ଗେ ପାଖରେ ଥିବା ପାଣି ବୋତଲ ନେଇ ବୃଦ୍ଧଙ୍କ ପାଖରେ ପହଞ୍ଚି ଯାଇଥିଲେ । ବୃଦ୍ଧଙ୍କୁ କୋଳରେ ଧରି ବୋତଲ ଖୋଲି ପିଇବାକୁ ପାଣି ଦେଇଥିଲେ । ପୁଲିସ ନିୟନ୍ତ୍ର କକ୍ଷକୁ ଖବର ଦେଇଥିଲେ । ପିସିଆର ଭ୍ୟାନ ଆସିବା ପରେ ତାଙ୍କୁ ରାଜଧାନୀ ଚିକିସôାଳୟକୁ ନେଇ ଯାଇଥିଲେ ବୃଦ୍ଧାଙ୍କୁ ।    

    Maximum 500 characters

    ରାଜ୍ୟ ଖବର View all

    Find Us on Facebook