Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାରହା ଫାଶରେ କଲରାପତରିଆ

    Share on :
    ajab-Image
    Date: Dec 9, 2025    Views: 3127

    ଅନୁଗୁଳ : ବାରହା ଫାଶରେ ପଡ଼ିଲା କଲରାପତରିଆ ବାଘ । ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଡିମିରିପାଳ ଜଙ୍ଗଲରେ ଏହି ଘଟଣା ଘଟିଛି। ସୋମବାର ରାତିରେ ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ଜାଲରେ ଏକ କଲରାପତରିଆ ବାଘ ପଡ଼ିଯାଇଛି। ମଙ୍ଗଳବାର ସକାଳେ ଘଟଣା ସମ୍ପର୍କରେ ଜାଣିବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଛନ୍ତି।

    ସୂଚନା ମୁତାବକ, ଅନୁଗୁଳ ରେଞ୍ଜ କରତପଟା ସେକ୍ସନର ଜଙ୍ଗଲରେ ବିଭିନ୍ନ ସମୟରେ ବନ୍ୟଜନ୍ତୁ ବିପଦରେ ପଡୁଛନ୍ତି। ଗତକାଲି ରାତିରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ଫାଶ ବିଛାଇଥିବା ବେଳେ ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଫାଶରେ ପଡିଥିଲା। ଆଜି ବାଘର ଗର୍ଜନ ଶୁଣି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ଡ୍ରୋନ କ୍ୟାମେରା ସାହାଯ୍ୟରେ ବାଘଟିକୁ ଦେଖିବାକୁ ପାଇଥିଲେ । ଏହାପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡାକ୍ତରୀ ଟିମ୍ ଓ ଟ୍ରାଙ୍କୁଲାଇଜ ଟିମ୍ ବାଘକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook