Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    କାହିଁକି ଗଣେଶଙ୍କୁ ଗଜାନନ କୁହାଯାଏ ଜାଣନ୍ତୁ

    Share on :
    ajab-Image
    Date: Sep 2, 2021    Views: 3176

    ଗଣେଶ ପୂଜା ହିନ୍ଦୁ ସଂସ୍କୃତିରେ ଏକ ମହାନ ପର୍ବ । ଏହା ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଅନୁଷ୍ଠିତ ହୋଇଥାଏ । ଗଣପତିଙ୍କୁ ପୂଜା କଲେ ସୁବୁ କାମ ନିର୍ବିଘ୍ନରେ ହୋଇଥାଏ ଓ ଭଲ ଫଳ ସିଦ୍ଧି ହେଉଥିବାରୁ ତାଙ୍କୁ ବିଘ୍ନବିନାଶକ ଓ ସିଦ୍ଧି ବିନାୟକ ବୋଲି କୁହାଯାଏ । ତାଙ୍କର ଅନେକ ନାଁ ମଧ୍ୟରୁ ଗଜାନନ ନାମର ଏକ ରହସ୍ୟ ରହିଛି । ପୌରାଣିକ କଥା ଅନୁସାରେ ଭଗବାନ ଗଣେଶ ମାତା ପାର୍ବତୀ ଓ ଭଗବାନ ଶିବଙ୍କ କନିଷ୍ଠ ପୁତ୍ର ଥିଲେ । ଭଗବାନ ଶିବଙ୍କ ଅନୁପସ୍ଥିତରେ ମାତା ପାର୍ବତୀଙ୍କ ଦେହର ମଳିରୁ ମା ପାର୍ବତୀ ଗଣେଶଙ୍କୁ ସୃଷ୍ଟି କରିଥିଲେ । ଏହାପରେ ଦିନେ ମା ପାର୍ବତୀ ସ୍ନାନ କରିବାକୁ ଯାଇ, ଯେପରି କେହି ଗୃହକୁ ନଆସିବେ, ସେଥିପାଇଁ ଗଣେଶଙ୍କୁ ଦ୍ୱାର ସମ୍ମୁଖରେ ଜଗାଇ ଦେଇଥିଲେ । ସେତିକିବେଳେ ଭଗବାନ ଶିବ ଆସିବାରୁ ଗଣେଶ ଗୃହକୁ ପ୍ରବେଶ ପାଇଁ ବାରଣ କରିଥିଲେ । କାରଣ ଭଗବାନ ଶିବ ତାଙ୍କ ପିତା ବୋଲି ଗଣପତି ଜାଣିନଥିଲେ । କିଛି ସମୟ ପରେ ଭଗବାନ ଶିବ ରାଗି ଯାଇ ଗଣେଶଙ୍କ ମୁଣ୍ଡ କାଟି ଦେଇଥିଲେ । ଏହି ସମୟରେ ପାର୍ବତୀ ଆସି ଭଗବାନ ଶିବଙ୍କୁ ଗଣେଶଙ୍କ ଜୀବନ ଫେରାଇ ଆଣିବାକୁ ପ୍ରତିଜ୍ଞା କରାଇଥିଲେ । ତେଣୁ ଭଗବାନ ଶିବ ତାଙ୍କ ଦୂତମାନଙ୍କୁ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା ଶିଶୁର ମୁଣ୍ଡ ଆଣିବାକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଏହି ଦିଗରେ କେବଳ ହାତୀର ମୁଣ୍ଡ ହିଁ ମିଳିଥିଲା । ତେଣୁ ଏହି ହାତୀର ମୁଣ୍ଡକୁ ଭଗବାନ ଶିବ ଗଣେଶଙ୍କ ଠାରେ ଯୋଡି ଦେଇଥିଲେ । ଭଗବାନ ଶିବ ଗଜର(ହାତୀ) ଶିର ଲଗାଇ ଗଣେଶଙ୍କ ଜୀବନ ବଞ୍ଚାଇ ଥିବାରୁ ତାଙ୍କୁ ସେହିଦିନଠୁ ଗଣେଶଙ୍କୁ ଗଜାନନ ବୋଲି କୁହାଯାଏ ।

    ପ୍ରସ୍ତୁତି: ଇପ୍ସିତା ନାୟକ         

    Maximum 500 characters

    ସଂସ୍କୃତି View all

    Find Us on Facebook