Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସେଞ୍ଚୁରିଆନରେ ରାହୁଲଙ୍କ ଦମଦାର ସେଞ୍ଚୁରୀ

    Share on :
    ajab-Image
    Date: Dec 27, 2021    Views: 3985

    ସେଞ୍ଚୁରିଆନ: ଏଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟାଟ୍‌ର । ବିଶେଷ କରି ଉପ-ଅଧିନାୟକ କେଏଲ ରାହୁଲ ବକ୍ସିଂ ଡେ ଟେଷ୍ଟରେ ଦମଦାର ଶତକୀୟ ଇଂନିସ ଖେଳି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଛନ୍ତି ।
    ରାହୁଲ ୨୪୮ ବଲ୍‌ର ସାମ୍ନା କରିଥିବାବେଳେ ୧୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧୨୨ରନରେ ଅପରାଜିତ ଅଛନ୍ତି । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ ମଧ୍ୟ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ଏହା ରାହୁଲଙ୍କ ସପ୍ତମ ଟେଷ୍ଟ ଶତକ ଓ ବିଦେଶ ମାଟିରେ ଷଷ୍ଠ ଶତକ । ୨୦୦୭ରେ ୱାସିମ ଜାଫରଙ୍କ ପରେ ଦ୍ବିତୀୟ ଭାରତୀୟ ଓପନର ଭାବେ ଦକ୍ଷିଣ ଆଫ୍ରିକା ମାଟିରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ରାହୁଲ ।ଏହା ପୂର୍ବରୁ ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଶତକ ହାସଲ କରିସାରିଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ ପାଇଁ ପ୍ରଥମ ଇଂନିସରେ ବ୍ୟାଟିଂ ସର୍ବଦା ଆହ୍ବାନପୂର୍ଣ୍ଣ ରହିଛି । ତେବେ ରାହୁଲଙ୍କ ଜବରଦସ୍ତ ପ୍ରଦର୍ଶନ ଏହାକୁ ଭୁଲ ପ୍ରମାଣିତ କରିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook