Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ; ଜଣେ ମୃତ, ୫ ଆହତ

    Share on :
    ajab-Image
    Date: Jun 8, 2026    Views: 2867

    ଜେରୁଜେଲମ୍‌ : ଇସ୍ରାଏଲ୍‌ର ପଶ୍ଚିମ ବ୍ୟାଙ୍କ୍ ସୀମା ନିକଟରେ ରବିବାର ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ଜଣେ ବନ୍ଧୁକଧାରୀ ଦୁର୍ବୃତ୍ତ ଚଳନ୍ତା କାର୍‌ରୁ ଅତର୍କିତ ଗୁଳିଚାଳନା କରିବାରୁ ଜଣଙ୍କର ମୃତ୍ୟୁ​‌ ହୋଇଥିବାବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପରେ ପୁଲିସ ଗୁଳିରେ ଆକ୍ରମଣକାରୀ ଜଣଙ୍କ ପ୍ରାଣ ହରାଇଛି। ଆକ୍ରମଣକାରୀ ଜଣକ ନିଜ ଗାଡ଼ି ଭିତରେ ରହି ମାତ୍ର କେଇ ମିନିଟ୍ ମଧ୍ୟରେ ଅଲଗା ଅଲଗା ସ୍ଥାନକୁ ଯାଇ ଗୁଳିମାଡ଼ କରିଥିଲା। ଇସ୍ରାଏଲର ପଶ୍ଚିମ ବ୍ୟାଙ୍କ୍ ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଖାଭ୍ ୟାଏରର ଏକ ପେଟ୍ରୋଲ ପମ୍ପ ନିକଟରେ ପ୍ରଥମେ ଗୁଳିକାଣ୍ଡ ହୋଇଥିଲା। ଏହାପରେ ଦୁର୍ବୃତ୍ତ ଜଣକ ନିକଟବର୍ତ୍ତୀ ସହର ତସୁର ନାତନ ଏବଂ ତସୁର ୟିତ୍ସହାକ ଅଞ୍ଚଳରେ ମଧ୍ୟ ଆଖିବୁଜା ଗୁଳି ଚଳାଇଥିଲା। ଏହା ପରେ ପୁଲିସ ଆକ୍ରମଣକାରୀ ଜଣଙ୍କୁ ପିଛା କରିଥିଲା ଓ ପୁଲିସର କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ଜଣଙ୍କ ପ୍ରାଣ ହରାଇଥିଲା। ଇସ୍ରାଏଲର ଜରୁରୀକାଳୀନ ସେବା ସଂସ୍ଥା ‘ମାଗେନ ଡେଭିଡ୍ ଆଡମ’ କହିବା ଅନୁଯାୟୀ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ବାସିନ୍ଦାଙ୍କୁ ଘରୁ ନବାହାରିବାକୁ ଏବଂ ସ୍କୁଲ ପିଲାମାନଙ୍କୁ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଶ୍ରେଣୀଗୃହ ଭିତରେ ହିଁ ଲକଡାଉନ୍ କରି ରଖାଯାଇଥିଲା। ଇସ୍ରାଏଲ ପୁଲିସର ସୂଚନା ଅନୁଯାୟୀ ଆକ୍ରମଣକାରୀ ଜଣକ ଇସ୍ରାଏଲର ନାଗରିକତ୍ୱ ହାସଲ କରିଥିବା ଜଣେ ପାଲେଷ୍ଟିନୀୟ। ଆକ୍ରମଣରେ ସହଯୋଗ କରିଥିବା ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ପାଲେଷ୍ଟାଇନର ସଶସ୍ତ୍ର ସଂଗଠନ ‘ହମାସ’ ଏହି ଗୁଳିକାଣ୍ଡକୁ ପ୍ରଶଂସା କରି ଏହାକୁ ଏକ ‘ବୀରତ୍ୱପୂର୍ଣ୍ଣ କାର୍ଯ୍ୟ’ ବୋଲି କହିଛି; କିନ୍ତୁ ଆକ୍ରମଣ ପାଇଁ ସିଧାସଳଖ ନିଜକୁ ଦାୟୀ କରିନାହିଁ। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ସୁରକ୍ଷା ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook