Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଆସିଥିବା ଆତଙ୍କୀ ଗିରଫ

    Share on :
    ajab-Image
    Date: Aug 13, 2022    Views: 3918

    ଲକ୍ଷ୍ନୌ: ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଆସିଥିବା ଆତଙ୍କୀ ଗିରଫ । ଉତ୍ତର ପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ ଶାହରନପୁରରୁ ଆତଙ୍କୀ ମହମ୍ମଦ ନାଦିମକୁ ଗିରଫ କରିଛି । ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ମହମ୍ମଦ ନାଦିମ ଜଡିତ ଥିବା ବେଳେ ଶାହରନପୁର ଜିଲ୍ଲାର ଗଙ୍ଗୋ ପୋଲିସ ଷ୍ଟେସନ ଅଧୀନରେ ଥିବା କୁଣ୍ଡା କାଲା ଗାଁର ମୂଳ ବାସିନ୍ଦା ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

    ଏନେଇ ଉତ୍ତରପ୍ରଦେଶ ADGP ସୂଚନା ଦେଇ କହିଛନ୍ତି ଯେ, ''ନାଦିମର ଫୋନରୁ ଚାଟ୍ ଏବଂ ଭଏସ୍ ମେସେଜ୍ ଯାଞ୍ଚ କରାଯାଇଛି । ଯେଉଁ ଗୁଡିକ ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଆସିଥିବା ଜଣାପଡିଛି । ତେବେ ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ କୁହାଯାଇଥିବା କହିଛନ୍ତି’’ ADGP ।ଆତଙ୍କୀ ଜଣଙ୍କୁ ପଚରାଉଚୁରା ପରେ ସେ ୨୦୧୮ରୁ ଜୈଶ-ଇ-ମହମ୍ମଦ ସଂଗଠନ ସହ ଜଡିତ ଥିବା ସ୍ବୀକାର କରିଛି । ବିଶେଷ ପ୍ରଶିକ୍ଷଣ ଦେବାରୁ ପାକିସ୍ତାନ ତାକୁ ସିରିଆକୁ ଡାକିଥିଲା । ନାଦିମ ନିକଟରୁ ବମ ପ୍ରସ୍ତୁତ ଉପକରଣ ଓ ସିମ କାର୍ଡ ଜବତ କରିଛି । ବେଆଇନ କାର୍ୟ୍ୟକଳାପ ଅଧିନିୟମ ଅନୁଯାୟୀ ଉତ୍ତରପ୍ରଦେଶ ପୋଲିସ ମହମ୍ମଦ ନାଦିମ ବିରୋଧରେ ଏକ ମାମଲା ରୁଜୁ କରିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook