Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କଶ୍ମୀରରେ ଅନୁପ୍ରବେଶ ଅପେକ୍ଷାରେ ୧୨୦ ଆତଙ୍କବାଦୀ

    Share on :
    ajab-Image
    Date: Dec 2, 2025    Views: 2993

    ଶ୍ରୀନଗର: ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରି କଶ୍ମୀରରେ ଅନୁପ୍ରବେଶ କରିବାକୁ ସୀମା ସେପାଖ ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ୧୦୦ରୁ ୧୨୦ ଆତଙ୍କବାଦୀ ଅପେକ୍ଷାରେ ରହିଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି। ଏଲ୍‌ଓସିର ପାକିସ୍ତାନ ପାର୍ଶ୍ୱରେ ଆତଙ୍କବାଦୀମାନଙ୍କର ୬୯ଟି ଲଞ୍ଚତ୍ଙ୍ଗ୍‌ ପ୍ୟାଡ୍‌ ସକ୍ରିୟ ରହିଛି। ବିଏସ୍‌ଏଫ୍‌ର କଶ୍ମୀର ଫ୍ରଣ୍ଟିୟର ଆଇଜି ଅଶୋକ ଯାଦବ ଗଣମାଧ୍ୟମକୁ କହିଛନ୍ତି, ବିଏସ୍‌ଏଫ୍‌ ଏଲ୍‌ଓସିରେ ସତର୍କ ରହିବା ସହ ଚଳିତ ବର୍ଷ ୪ଟି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି। ସୁରକ୍ଷା ବଳ ଗୁଳିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନଙ୍କ ସହ ଏଲ୍‌ଓସିରେ ୨୨ଟି ମିଳିତ ଅଭିଯାନ କରାଯାଇଛି। ଉତ୍ତର କଶ୍ମୀରରେ କେତେଜଣ ଆତଙ୍କବାଦୀ ନିପାତ ହେବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଜବତ ଅସ୍ତ୍ର ମଧ୍ୟରେ ଏକେ-୪୭ ରାଇଫଲ, ଏମ୍‌ପି-୫ ରାଇଫଲ, ପିସ୍ତଲ, ହ୍ୟାଣ୍ଡ ଗ୍ରେନେଡ୍‌, ୟୁବିଜିଏଲ୍‌, ୟୁବିଜିଏଲ୍‌ ଗ୍ରେନେଡ୍‌, ଚାଇନା ଗ୍ରେନେଡ୍‌ ଆଦି ରହିଛି। ଆତଙ୍କବାଦୀଙ୍କ ବିଭିନ୍ନ ପ୍ରଶିକ୍ଷଣ କ୍ୟାମ୍ପ୍‌ ଉପରେ ଗୋଇନ୍ଦା ବିଭାଗ ପୂରା ନଜର ରଖିଥିବା ଯାଦବ କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook